ନାବଲୁସ,୨୩।୨ : େଓଷ୍ଟ ବ୍ୟାଙ୍କରଏକ ଫ୍ଲାସପଏଣ୍ଟ ସହରରେ ହୋଇଥିବା ଆକ୍ରମଣରେ ଇସ୍ରାଏଲ ସୈନ୍ୟମାନେ ଚାରିଜଣ ବନ୍ଧୁକଧାରୀ ଏବଂ ଚାରିଜଣ ସାଧାରଣ ନାଗରିକଙ୍କ ସମେତ ୧୧ ଜଣ ପାଲେଷ୍ଟାଇନ ଉଗ୍ରବାଦୀଙ୍କୁ ହତ୍ୟା କରିଛନ୍ତି। ଏହି ଆକ୍ରମଣରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ଇସ୍ରାଏଲ ସୈନ୍ୟବାହିନୀ ନାବଲୁସରେ ହୋଇଥିବା ଅପରେସନକୁ ନିଶ୍ଚିତ କରି କହିଛନ୍ତି ଯେ ଆକ୍ରମଣ ଯୋଜନା କରୁଥିବା ସନ୍ଦେହରେ ପାଲେଷ୍ଟାଇନ ଉଗ୍ରବାଦୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବାବେଳେ ସୈନିକମାନେ ସୁରକ୍ଷା ପଦକ୍ଷେପ ଅନ୍ତର୍ଗତ ଏଭଳି କରିଛନ୍ତି। ସେନାର ବିବୃତ୍ତିରେ କୁହାଯାଇଛି ଯେ ସେଠାରେ କୌଣସି ଇସ୍ରାଏଲ ଆହତ ହୋଇନାହାଁନ୍ତି।