୨୧ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୬।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ୨୧ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଦିଲ୍ଲୀରୁ ଏସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେଥିମଧ୍ୟରୁ ମହାରାଷ୍ଟ୍ରରୁ ପିମ୍ପିରିରୁ ୮ ଜଣଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରେ ନାଇଜେରିଆରୁ ଫେରିଥିବା ଜଣେ ମହିଳା ଏବଂ ତାଙ୍କ ୨ ଝିଅ ରହିଛନ୍ତି। ସେହିପରି ମହିଳାଙ୍କ ଭାଇ ଏବଂ ଭାଇଙ୍କ ୨ ଝିଅ ମଧ୍ୟ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତିି। ସେହିପରି ଫିନ୍‌ଲାଣ୍ଡ୍‌ରୁ ଫେରିଥିବା ଜଣେ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇଛନ୍ତି।

ଅପରପକ୍ଷରେ ରାଜସ୍ଥାନ ଜୟପୁରରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଗୋଟିଏ ପରିବାରର ୯ ଜଣଙ୍କଠାରେ ଓମିକ୍ରନ୍‌ ଭୂତାଣୁ ଚିହ୍ନଟ ହୋଇଛି।

ସେହିପରି ଦିଲ୍ଲୀରେ ଜଣଙ୍କଠାରେ ଓମିକ୍ରନ୍‌ ଭୂତାଣୁ ଚିହ୍ନଟ କରାଯାଇଛି। ସେହିପରି ଗୁଜରାଟରେ ଜଣେ, କର୍ନାଟକରେ ୨ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

 

Share