ଦେଶରେ ୨୦୦ ଛୁଇଁଲା ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା…

ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଇତିମଧ୍ୟରେ ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି। ନୂଆ ବର୍ଷ ଏବଂ ବଡ଼ଦିନ ନୂଆ ଅସୁବିଧା ଆଣିବାର ଆଶଙ୍କା ରହିଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଚେତବାନୀ ଦେଇଛନ୍ତି॥ ଭିଡ଼ ଜମାହେବାକୁ ନେଇ ସରକାର ଚିନ୍ତାରେ ପଡ଼ିଛନ୍ତି।

ଦେଶରେ ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ସର୍ବାଧିକ ୫୪ ଲେଖାଏଁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେଲେଙ୍ଗାନାରେ ୨୦, କର୍ଣ୍ଣାଟକରେ ୧୯, ରାଜସ୍ଥାନରେ ୧୮, କେରଳରେ ୧୫, ଗୁଜୁରାଟରେ ୧୪, ଉତ୍ତରପ୍ରଦେଶରେ ୨, ଆନ୍ଧ୍ରପ୍ରଦେଶରେ ୧, ଚଣ୍ଡିଗଡ଼ରେ ୧, ତାମିଲନାଡୁରେ ୧, ପଶ୍ଚିମବଙ୍ଗରେ ଜଣଙ୍କୁ ଚିହ୍ନଟ କରାଯାଇଛି।

ଓମିକ୍ରନ ସଙ୍କଟ ନେଇ ଦିଲ୍ଲୀ ସରକାର ଗଙ୍ଗାରାମ ହସପିଟାଲ, ସେକ୍ସ ସାକେତ୍‌, ଫୋର୍ଟିସ ବସନ୍ତ କୁଞ୍ଜ, ବାତ୍ରା ହସ୍ପିଟାଲ, ତୁଗଲକାବାଦ ଆଦି ୪ଟି ଘରୋଇ ହସ୍ପିଟାଲକୁ ଡେଡିକେଟେଡ୍‌ ସେଣ୍ଟର କରିଛନ୍ତି। ଏହା ସହିତ ୪୮ ହଜାର ଭେଣ୍ଟିଲେଟର ଦେଶର ବିଭିନ୍ନ ହସ୍ପିଟାଲକୁ ପଠାଯାଇଛି। ଏଭଳି ପରିସ୍ଥିତିରେ, ନିର୍ବାଚନ ପାଇଁ ରାଲି ଏବଂ ଭ୍ରମଣରେ ଭିଡ଼ ଯୋଗୁ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

Share