ଲକ୍‌ଡାଉନ୍‌ରେ ଗର୍ଭବତୀ ନାବାଳିକାଙ୍କ ସଂଖ୍ୟା ବୃଦ୍ଧି, ଶାରୀରିକ ସମ୍ପର୍କ ଲାଗି ସମ୍ମତି ବୟସ ସୀମା ୧୮କୁ ବଢ଼ିଲା…

ହରାରେ, ୨୮।୫ : ଜିମ୍ବାୱେରେ ଶାରୀରିକ ସମ୍ପର୍କ ଲାଗି ସମ୍ମତି ବୟସ ସୀମା ୧୮କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧୬ ବର୍ଷ ବୟସ ଥିଲା। ମାତ୍ର ଏବେ ଏହାକୁ ଅସାମ୍ବିଧାନିକ ଘୋଷିତ କରାଯାଇଛି। ଜିମ୍ବାୱେର ସାମ୍ବିଧାନିକ କୋର୍ଟ କହିଛନ୍ତି ଯେ ଶାରୀରିକ ସମ୍ପର୍କ ଲାଗି ସମ୍ମତି ନିମନ୍ତେ ଆଇନଗତ ବୟସ ୧୬ ରୁ ୧୮ ବର୍ଷକୁ ବୃଦ୍ଧି କରାଯାଇଛି

ଦୁଇଜଣ ମହିଳା ପୂର୍ବ ପ୍ରଚଳିତ ଆଇନ ବିରୋଧରେ ପିଟିଶନ ଦାଖଲ କରିଥିଲେ। ସେମାନେ କରୋନା ମହାମାରୀ ଲକ୍‌ଡାଉନ ପରେ ଅଳ୍ପ ବୟସରେ ସେମାନଙ୍କର ବିବାହ କରାଯାଇଥିବା ସେମାନେ ପିଟିଶନ୍‌ରେ ଉଲ୍ଲେଖ କରିଥିଲେ। କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଦେଶର ଲୋକେ ସ୍ବାଗତ କରିଛନ୍ତି।

ସରକାରୀ ଅଧିକାରୀ ତଥା ମାନବିକ ଅଧିକାରର ଆଇନଜୀବୀ କହିଛନ୍ତି ଯେ କରୋନା ମହାମାରୀ ସଂକ୍ରମଣରେ ଲକ୍‌ଡାଉନ୍‌ ଯୋଗୁ ସ୍କୁଲ-କଲେଜଗୁଡ଼ିକ ବନ୍ଦ ହୋଇଯାଇଥିଲା। ଯେତେବେଳେ କାମ ବନ୍ଦ ହେଲା। ଦାରିଦ୍ର୍ୟତା ମଧ୍ୟ ବୃଦ୍ଧି ପାଇଲା। ଏଭଳି ପରିସ୍ଥିତିରେ ମାତାପିତା ଅଳ୍ପ ବୟସରେ ଝିଅମାନଙ୍କ ବିବାହ କରିବା ଆରମ୍ଭ କରିଥିଲେ। ଏହି କାରଣରୁ ଗର୍ଭବତୀ ନାବାଳିକାମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା।

କୋର୍ଟଙ୍କ ଏହି ନିଷ୍ପତ୍ତି ପରେ, ଲୋକମାନେ ଆଶା କରୁଛନ୍ତି ଯେ ନାବାଳିକାଙ୍କ ଗର୍ଭବତୀ ହେବା ଏବଂ ବିବାହ ସଂଖ୍ୟା ହ୍ରାସ ଘଟିପାରେ। ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ସଂସଦ ଏବଂ ଆଇନ ମନ୍ତ୍ରୀଙ୍କ ପାଖରେ ଏକ ବର୍ଷ ଅଛି ଯାହା ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସମସ୍ତ ଶିଶୁଙ୍କୁ ଯୌନ ଶୋଷଣରୁ ରକ୍ଷା କରିବ। କୋର୍ଟର ନିଷ୍ପତ୍ତି ଉପରେ ଆସୋସିଏଟେଡ ପ୍ରେସ୍‌କୁ ସୂଚନା ଦେଇ ମହିଳା ଆଇନଜୀବୀ ତେନ୍ଦାଇ ବିଟି କହିଛନ୍ତି ଯେ ଆମେ ଶିଶୁମାନଙ୍କୁ, ବିଶେଷ କରି ନାବାଳିକାମାନଙ୍କୁ ସୁରକ୍ଷା ଦେବା ଜରୁରୀ ଅଟେ। କୋର୍ଟର ଏହି ନିଷ୍ପତ୍ତି ପିଲାମାନଙ୍କ ଶୋଷଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବ ନାହିଁ, କିନ୍ତୁ ଏହା ନିଶ୍ଚିତ ଭାବରେ ଏହାକୁ ହ୍ରାସ କରିବ। ବାଳିକାମାନଙ୍କ ଅଧିକାର ପାଇଁ ଅଭିଯାନ କରୁଥିବା ପ୍ରତିଭା ଜୁମୋ କହିଛନ୍ତି ଯେ ଏହି ନିଷ୍ପତ୍ତି ୧୮ ବର୍ଷରୁ କମ ବାଳିକାମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବ।

Share