ୟୁକ୍ରେନ୍‌ ଶରଣାର୍ଥୀ ସଂଖ୍ୟା ୪୫ ଲକ୍ଷ ଟପିଲା…

ଜେନେଭା, ୧୧।୪ : ରୁଷିଆ ୟୁକ୍ରେନ ଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଇତିମଧ୍ୟରେ ୪୫ ଲକ୍ଷରୁ ଅଧିକ ୟୁକ୍ରେନ ନାଗରିକ ପଡ଼ୋଶୀ ଦେଶରେ ଶରଣାର୍ଥୀ ସାଜିଛନ୍ତି। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜାତିସଂଘ ଶରଣାର୍ଥୀ ଏଜେନ୍ସି ପକ୍ଷରୁ ଏସମ୍ପର୍କରେ ସୂଚନା ନିଜ ପୋର୍ଟାଲରେ ପ୍ରଦାନ କରାଯାଇଛି।

ମୋଟ ୪୫ ଲକ୍ଷ ୪ ହଜାରରରୁ ଅଧିକ ଲୋକ ଭିଟାମାଟି ଛାଡ଼ି ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି। ଯୁଦ୍ଧ ସଙ୍କଟ ଯୋଗୁ ୨ ଲକ୍ଷ ୧୦ ହଜାରରୁ ଅଧିକ ଅଣ-ୟୁକ୍ରେନ ନାଗରିକ ମଧ୍ୟ ଦେଶ ଛାଡ଼ିଛନ୍ତି। ସର୍ବାଧିକ ୨୬ ଲକ୍ଷ ଲୋକ ପୋଲାଣ୍ଡରେ ଆଶ୍ରୟ ନେଇଥିବାବେଳେ ୬ ଲକ୍ଷ ୮୬ ହଜାରରୁ ଅଧିକ ଲୋକ ରୋମାନିଆରେ ପହଞ୍ଚିଥିବା ଜାତିସଂଘ ଶରଣାର୍ଥୀ ଏଜେନ୍ସି ପକ୍ଷରୁ କୁହାଯାଇଛି।

Share