ସହରାଞ୍ଚଳ ବେକାରଙ୍କ ସଂଖ୍ୟା କମି ୬.୮ ପ୍ରତିଶତ ହେଲା…

ନୂଆଦିଲ୍ଲୀ,୩୦।୫ : ଦେଶରେ ସହରୀ ବେକାରୀ ହାରରେ ହ୍ରାସ ଘଟିଛି। ଅକ୍ଟୋବର-ଡିସେମ୍ବର ୨୦୨୨ ରେ ସହରଗୁଡିକରେ ବେକାରୀ ହାର ୭.୨ ପ୍ରତିଶତ ଥିଲା, ଯାହା ଜାନୁଆରୀ-ମାର୍ଚ୍ଚ ୨୦୨୩ ରେ ୬.୮ ପ୍ରତିଶତ କୁ ଖସି ଆସିଛି। ପରିସଂଖ୍ୟାନ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଏହା ଉଲ୍ଲେଖ କରାଯାଇଛି। ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଦେଶର ସହରାଞ୍ଚଳରେ ବେକାରୀ ହାର ହ୍ରାସ ପାଇଛି। ପରିସଂଖ୍ୟାନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଜାତୀୟ ନମୁନା ସର୍ଭେ କାର୍ଯ୍ୟାଳୟର ସର୍ବଶେଷ ପର୍ଯ୍ୟାୟ ଶ୍ରମ ଶକ୍ତି ସର୍ବେକ୍ଷଣରେ ଏହା ପ୍ରକାଶ ପାଇଛି।

ସର୍ବେକ୍ଷଣ ଅନୁଯାୟୀ ସହରାଞ୍ଚଳରେ ବେକାରୀ ସମସ୍ୟା ହ୍ରାସ ପାଇଛି। ଦେଶର ସହରାଞ୍ଚଳରେ ବେରୋଜଗାର ହାର ଜାନୁଆରୀ-ମାର୍ଚ୍ଚ ୨୦୨୨ ମଧ୍ୟରେ ୮.୨ ପ୍ରତିଶତ ଥିଲା। ପୁରୁଷଙ୍କ ମଧ୍ୟରେ ବେକାରୀ ହାର ୬ ପ୍ରତିଶତ ଥିବାବେଳେ ମହିଳାଙ୍କ ମଧ୍ୟରେ ଏହା ୯.୨ରହିଥିଲା। ଏହି ଫଳାଫଳଗୁଡିକ ଦେଶରେ ୪୪,୯୮୨ ସହରୀ ପରିବାର ଏବଂ ୧,୭୨,୦୮୯ ବ୍ୟକ୍ତିବିଶେଷଙ୍କ ସର୍ଭେରୁ ପ୍ରକାଶ ପାଇଛି ।

Share