ନମ୍ବର ପ୍ଲେଟ୍‌ ଦାମ୍‌ ୭୦ କୋଟି

ଦୁବାଇ,୨୫।୪ : କାର୍‌ ନମ୍ବର ପ୍ଲେଟ୍‌ର ଦାମ୍‌ ୭୦ କୋଟି ଟଙ୍କା। ଏହା ବିଶ୍ୱର ତୃତୀୟ ସବୁଠୁ ମହଙ୍ଗା ନମ୍ବର ପ୍ଲେଟ୍‌ ବୋଲି କୁହାଯାଉଛି। ଏଏ୮ ଲେଖାଥିବା ଉକ୍ତ ନମ୍ବର ପ୍ଲେଟ୍‌କୁ ଦୁବାଇର ସଡ଼କ ଓ ପରିବହନ କର୍ତ୍ତୃପକ୍ଷ ନିକଟରେ ନିଲାମ ଡାକିଥିଲେ। ଏହାକୁ ସେଠାର ଜଣେ ବ୍ୟକ୍ତି ୩୫ ନିୟୁତ ଡିର୍‌ହାମ (ପ୍ରାୟ ୭୦ କୋଟି ଟଙ୍କା)ରେ କିଣିଛନ୍ତି। ଗତବର୍ଷ ଏଏ୯ ନମ୍ବର ପ୍ଲେଟ୍‌ ୭୯ କୋଟି ଟଙ୍କାରେ ନିଲାମ ହୋଇଥିଲା। ୫୦ରୁ ଊର୍ଦ୍ଧ୍ୱ ଦେଶର ଅବହେଳିତ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବିଭିନ୍ନ ଆକର୍ଷଣୀୟ ନମ୍ବର ପ୍ଲେଟ୍‌ ନିଲାମ ଡକାଯାଇଥିଲା। ଏଥିରୁ ମୋଟ ୩୩୫ କୋଟି ଟଙ୍କା ସଂଗୃହୀତ ହୋଇଛି।

Share