‘ଖତରୋଁ କେ ଖିଲାଡି’ରୁ ଅନୁପମାଙ୍କ ନଣନ୍ଦଙ୍କୁ ଆସିଛି ଡାକରା

ବମ୍ବେ: ଚର୍ଚ୍ଚାରେ ‘ଫିଅର ଫ୍ୟାକ୍ଟର: ଖତରୋଁ କେ ଖିଲାଡି’ର ଆସନ୍ତା ସିଜନ୍‌। ପ୍ରତିଦିନ ଏଥିରେ ନୂଆ ନୂଆ ନାମ ପ୍ରତିଯୋଗୀ ଭାବେ ଯୋଡ଼ି ହେଉଛି। ଏବେ ତାଲିକାରେ ଅନେରୀ ଭଜାନୀଙ୍କ ନାମ ସାମିଲ ହୋଇଛି।

ଅନେରୀ ଷ୍ଟାର ପ୍ଲସରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଅନୁପମା’ରେ ନଜର ଆସୁଛନ୍ତି। ସେ ଅନୁପମାଙ୍କ ନଣନ୍ଦ ଭୂମିକାରେ ଅଭିନୟ କରୁଛନ୍ତି। ହେଲେ ସେ କିଛି ନୂଆ କରିବାକୁ ଚାହୁଁଥିବାରୁ ଖତରୋଁ କେ ଖିଲାଡ଼ିରେ ଭାଗ ନେବେ ବୋଲି କୁହନ୍ତି।

ଶୋ’ର ୧୨ତମ ସିଜନ ଲାଗି ପ୍ରତିଯୋଗୀ ଫାଇନାଲ ହେବା ପରେ ରୋହିତ ସେଟ୍ଟୀ ସେମାନଙ୍କ ସହ ଦକ୍ଷିଣ ଆଫ୍ରିକା ଯିବେ। ସେଠାରେ ସେ ୫୫ ଦିନ ରହିବେ। ତେବେ କେପ୍‌ଟାଉନ୍‌କୁ ଯାତ୍ରା ପୂର୍ବରୁ କ୍ୱାରାଣ୍ଟାଇନ୍‌ରେ ସମସ୍ତେ ରହିବେ ବୋଲି ଜଣାପଡ଼ିଛି।

Share