ବିଳାସପୂର୍ଣ୍ଣ ଜୀବନ ଛାଡ଼ି ସନ୍ନାସିନୀ ହେଲେ ନୁପୁର: ପ୍ରଥମ ଥର ଭିକ୍ଷା ମାଗି ୨୧ ଟଙ୍କା ପାଇଲେ…

ବମ୍ବେ: ଚାକଚକ୍ୟ ଭରା ଗ୍ଲାମର ଦୁନିଆକୁ ବାଏବାଏ କରି ବାଛିଛନ୍ତି ସନ୍ନ୍ୟାସିନୀ ହେବାର ପଥ। ଏଥିଲାଗି ସେ ରାସ୍ତାରେ ଭିକ ମଧ୍ୟ ମାଗୁଛନ୍ତି। ଆମେ କହୁଛୁ ଅଭିନେତ୍ରୀ ନୁପୁର ଅଳଙ୍କାରଙ୍କ ବିଷୟରେ। ନିଜର ଇନଷ୍ଟାଗ୍ରାମରେ ଶେୟାର କରିଥିବା ଭିଡିଓରେ ସେ ଭିକ ମାଗୁଥିବା ଦେଖାଯାଇଛି। ଏବେ ଯାଏ ତାଙ୍କୁ ଛଅ ଜଣଙ୍କଠାରୁ ଭିକ୍ଷା ମିଳିଛି। କେହି ତାଙ୍କୁ ଚା’ ଦେଇଛନ୍ତି ତ କେହି ଟଙ୍କା। ଏହାକୁ ପାଇ ନୁପୁର ନିଜର ଖୁସିବ୍ୟକ୍ତ କରିଛନ୍ତି।

ଅନେକ ଧାରାବାହିକ ସହ ଫିଲ୍ମରେ କାମ କରିଛନ୍ତି ନୁପୁର।୨୭ ବର୍ଷର ଅଭିନୟ କ୍ୟାରିୟର ପରେ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଥିଲେ ସେ। ଏଥିଲାଗି ସେ ନିଜର ସ୍ବାମୀ, ଶାଶୁ ଶ୍ୱଶୁରଙ୍କଠାରୁ ଅନୁମତି ନେଇଥିଲେ। ତେବେ ତାଙ୍କର ଏହି ନିଷ୍ପତ୍ତି ଅନେକଙ୍କୁ ଚମକାଇ ଥିଲା।

Share