Categories: ଜାତୀୟ

ନୁପୁର ଶର୍ମାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ

ଭୋପାଳ,୨୪।୭: ମଧ୍ୟପ୍ରଦେଶର ରେୱାଠାରେ ନୁପୁର ଶର୍ମାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଛି। ଯୁବକ ଜଣଙ୍କ ସୋସିଆଲ ମିଡିଆରେ ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଏହି ମାମଲା ରେୱା ଜିଲାର ବୈକୁଣ୍ଠପୁର ପୋଲିସ ଷ୍ଟେଶନ ଅଞ୍ଚଳରୁ ଆସିଛି। କୁହାଯାଉଛି ଯେ, ପୀଡିତାଙ୍କ ଭାଇ ଆରଏସଏସ ସହ ଜଡିତ। ପୀଡିତ ଯୁବକ ସୋସିଆଲ ମିଡିଆରେ ହିନ୍ଦୁବାଦୀ ଏବଂ ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରୁଥିଲେ। ଶନିବାର ସେ ଘରୁ ଅଫିସକୁ ଯାଉଥିବାବେଳେ ଅନ୍ୟ ଜଣେ ଯୁବକ କଥା ହେବା ପାଇଁ ତାଙ୍କୁ ଅଟକାଇଥିଲେ। ପରେ ତାଙ୍କୁ ଆକ୍ରମଣ କରିଥିଲେ। ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏଫଆଇଆର ପଞ୍ଜିକରଣ କରି ଘଟଣାର ତଦନ୍ତ କରୁଛି।

Share