Categories: ଜାତୀୟ

ନୂପୁର ଶର୍ମାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ,୭ା୬: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନୂପୁର ଶର୍ମାଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ଏ ନେଇ ତାଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଏହାର ତଦନ୍ତ ଚାଲିଥିବା ପୋଲିସ କହିଛି। ନୂପୁର ଏବଂ ତାଙ୍କ ପରିବାର ଉପରେ ବିପଦ ଥିବା କହି ତାଙ୍କ ଘର ଠିକଣା ପ୍ରକାଶ ନ କରିବାକୁ ଏହି ଭାଜପା ନେତ୍ରୀ ନିବେଦନ କରିଛନ୍ତି। ଭାଜପାରୁ ନିଲମ୍ବନ ହେବା ପରେ ନୂପୁର ରବିବାର ଟୁଇଟରରେ ସଫେଇ ଦେଇଥିଲେ। ଟିଭି ବିତର୍କରେ ବାରମ୍ବାର ମହାଦେବଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ରଖାଯାଉଥିବାରୁ ପ୍ରତିକ୍ରିୟାରେ ସେ ଏଭଳି ମନ୍ତବ୍ୟ ଦେଇଥିଲେ। କାହାର ଧର୍ମୀୟ ଭାବନାକୁ ଆଘାତ ଦେବା ତାଙ୍କର ଉଦ୍ଦେଶ୍ୟ ନ ଥିଲା ବୋଲି କହି ସେ ନିଃସର୍ତ୍ତରେ ନିଜ ମନ୍ତବ୍ୟକୁ ଫେରାଇ ନେଉଥିବା ଟୁଇଟ୍‌ରେ ଲେଖିଥିଲେ।

Share