Categories: ବାଣିଜ୍ୟ

ନୁରେ ଭାରତର ପିପୋ ନେଟ୍‌ ଶୁଭାରମ୍ଭ

ଭୁବନେଶ୍ୱର,୨୦।୫: ଦେଶର ପ୍ରମୁଖ ଡିଜିଟାଲ ପ୍ଲାଟ୍‌ଫର୍ମ ନୁରେ ଭାରତ ନେଟ୍‌ୱର୍କର ନୂଆ ମୋବାଇଲ ଆପ୍‌ ‘ପିପୋ ନେଟ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଜରିଆରେ ରେଳଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ସେବା ଓ ସୁବିଧା ଆଗାମୀ ଦିନରେ ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ନୁରେ ଭାରତ ନେଟ୍‌ୱର୍କର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସ୍ୟାକ୍ସ କ୍ରିଷ୍ଣା କହିଛନ୍ତି, ନୁରେ ଭାରତ ନେଟ୍‌ୱର୍କର ଶୁଭାରମ୍ଭ ସହିତ ଆମେ ଦେଶର ମଙ୍ଗଳ ପାଇଁ ଏକ ବୃହତ୍‌ ଲକ୍ଷ୍ୟ ପୂରଣ କରିବାକୁ ଯୋଜନା ରଖିଛୁ। ଫଳରେ ୱାଇଫାଇ ଆକ୍‌ସେସ୍‌ ସୁରକ୍ଷିତ ହେବ। ତେଣୁ ଆମେ ଭାରତୀୟ ନାଗରିକଙ୍କୁ ସ୍ବାସ୍ଥ୍ୟସେବା, ଶିକ୍ଷା ଆଦି ସେବାଗୁଡିକର ସୁବିଧା ଦେଇପାରିବୁ। ଟିୟର ୩ ଓ ୪ ଟାଉନଗୁଡିକରେ ଆମେ ଲୋକମାନଙ୍କୁ ଇଣ୍ଟରନେଟ୍‌କୁ ଗଣତାବିକ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛୁ। ସେହିଭଳି ରେଲ୍‌ଟେଲ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର କହିଛନ୍ତି, ପିପୋନେଟ୍‌ର ଶୁଭାରମ୍ଭ ଏବଂ ଅପାର କ୍ଷମତା ଥିବା ଏକ ପ୍ଲାଟ୍‌ଫର୍ମ ମାଧ୍ୟମରେ ଭାରତକୁ ଏକାଠି କରିବା ଦିଗରେ ଆମେ କରୁଥିବା କାର୍ଯ୍ୟଗୁଡିକୁ ନେଇ ଉତ୍ସାହିତ ରହିଛୁ। ଏପରିକି ଆମେ ୩ଆଇ ଇନ୍‌ଫୋଟେକ୍‌ ଓ କନ୍‌ସୋର୍ଟିୟମର ଅନ୍ୟ ସଦସ୍ୟମାନଙ୍କୁ ଏହି ସାମାଜିକ-ଅର୍ଥନୈତିକ ଉଦ୍ଭାବନ ପ୍ରତି ସେମାନଙ୍କର ଯୋଗଦାନ ପାଇଁ ଶୁଭେଚ୍ଛା ଜଣାଉଛୁ।

Share