Categories: ଫୁରସତ

ଚେହେରା ନ ଦେଖାଇ ସୋସିଆଲ ମିଡିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଏହି ନର୍ସ, କାରଣ ଜାଣିଲେ…

ଆଜିର ଯୁଗରେ ଟଙ୍କା ରୋଜଗାର କରିବାର ଅନେକ ମାଧ୍ୟମ ରହିଛି। ସମୟ ଥିଲା ଯେତେବେଳେ ଲୋକମାନେ ଅର୍ଥ ରୋଜଗାର କରିବା ପାଇଁ ଦିନରାତି କଠିନ ପରିଶ୍ରମ କରୁଥିଲେ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକପ୍ରିୟତା ସହିତ ଲୋକେ ରାତାରାତି ପ୍ରସିଦ୍ଧ ହୋଇଯାଉଛନ୍ତି। ଏବେ ଫ୍ରାନ୍ସର ଜଣେ ନର୍ସ ବହୁ ଲୋକପ୍ରିୟତା ହାସଲ କରିଛନ୍ତି। ସୁନାମ ଅର୍ଜନ କରିବା ସହିତ ସେ ବହୁତ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଆଜି ପର୍ଯ୍ୟନ୍ତ କେହି ତାଙ୍କ ଚେହେରା ଦେଖି ନାହାନ୍ତି। ନିଜର ପରିଚୟ ସେ ଲୁଚାଇ ପ୍ରସିଦ୍ଧ ହୋଇପାରିଛନ୍ତି।

ଏହି ଫରାସୀ ନର୍ସଙ୍କୁ ଲେକ୍ସିି ନାମରେ ଚିହ୍ନଟ କରାଯାଇଛି। ସେ ତାଙ୍କର ଫଟୋ ଅନ୍‌ଲାଇନ୍‌ ଆଡଲ୍ଟ ସାଇଟ୍‌ରେ ବିକ୍ରି କରନ୍ତି। ତାଙ୍କ ଫଟୋ ଦେଖିବାକୁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। କିନ୍ତୁ ଲେକ୍ସି ତାଙ୍କ ପରିଚୟକୁ ଗୁପ୍ତ ରଖିଛନ୍ତି। ଆଜି ପର୍ଯ୍ୟନ୍ତ କେହି ତାଙ୍କ ଚେହେରା ଦେଖି ନାହାନ୍ତି। ଲେକ୍ସି ଜଣେ ନର୍ସ ପରି ପୋଷାକ ପିନ୍ଧନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ ମୁହଁ ନ ଦେଖି ମଧ୍ୟ ତାଙ୍କୁ ନର୍ସ ଡାକିବା ଆରମ୍ଭ କରିଛନ୍ତି। ତାଙ୍କର ଗୋଟିଏ ଫଟୋ ଏବଂ ଭିଡିଓ ଦେଖିବା ପାଇଁ ସବ୍‌ସ୍କ୍ରିପ୍‌ଶନ ଫି’ ବି ପ୍ରଦାନ କରୁଛନ୍ତି।

ଲେକ୍ସି ସୂଚନା ଦେଇଛନ୍ତି, ସେ ପ୍ରକୃତରେ ବୃତ୍ତିରେ ଜଣେ ନର୍ସ। ସେ ଖାଲି ସମୟରେ ଟଙ୍କା ରୋଜଗାର କରିବା ପାଇଁ ଏହି କାମ କରନ୍ତି। ତେବେ ସେ ନିଜ ବୃତ୍ତିର ସମ୍ମାନ ବଜାୟ ରଖିବା ପାଇଁ ନିଜର ପରିଚୟକୁ ଗୁପ୍ତ ରଖିଛନ୍ତି। ଯାହାଫଳରେ ତାଙ୍କ ସହକର୍ମୀ ଏବଂ ରୋଗୀମାନେ ତାଙ୍କୁ ଚିହ୍ନି ପାରିବେ ନାହିଁ। ଏଭଳି ପରିସ୍ଥିତିରେ ସେ ଏକ ନର୍ସର କର୍ତ୍ତବ୍ୟ ମଧ୍ୟ ଭଲ ଭାବରେ ପାଳନ କରିପାରିବେ ନାହିଁ। ତେଣୁ ପରିଚୟ ଲୁଚାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ମଧ୍ୟ ହଜାର ହଜାର ଲୋକ ଏହି ନର୍ସଙ୍କୁ ଫଲୋ କରନ୍ତି। ଲେକ୍ସିଙ୍କ @ ଲାପେଟିକ୍ସ ନାମକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ରହିଛି।

ଫଟୋ ସହିତ ଲେକ୍ସି ଉତ୍ତେଜକ କ୍ୟାପଶନ ଦେଇଥାନ୍ତି। ଲେକ୍ସି ତାଙ୍କ ଫଟୋଗୁଡ଼ିକୁ ଅନ୍‌ଲାଇନରେ ଶେୟାର ଜାରି ରଖିଛନ୍ତି। ଏକ ଫଟୋରେ ସେ କ୍ୟାପଶନରେ ଲୋକମାନଙ୍କୁ ପଚାରିଥିଲେ ଯେ, ସେ ସେମାନଙ୍କର ନର୍ସ ହୋଇପାରିବେ କି? ଅନ୍ୟ ଏକ ଫଟୋରେ ନର୍ସଙ୍କ ୟୁନିଫର୍ମ ସହିତ ସେ ଲେଖିଛନ୍ତି, ତାଙ୍କ ସିଫ୍ଟ କରିବା ପାଇଁ ଏକ ମଜାଳିଆ ଉପାୟ। ଲୋକମାନେ ଏହି ଫଟୋଗୁଡ଼ିକ ଉପରେ ମଧ୍ୟ କଡ଼ା ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର ପଚାରିଥିଲେ, ସେ ଡାକ୍ତର ଆବଶ୍ୟକ କରନ୍ତି କି? ଲୋକମାନେ ତାଙ୍କ ଫଟୋ ଦେଖିବା ପାଇଁ ଲେକ୍ସି ଚ୍ୟାନେଲକୁ ସବ୍‌ସ୍କ୍ରିପ୍‌ଶନ କରନ୍ତି। ଏହିପରି ଭାବରେ ଲେକ୍ସି ବହୁତ ଟଙ୍କା ରୋଜଗାର କରୁଛନ୍ତି।

Share