ସମଗ୍ର ବିଶ୍ୱରେ ୧୦ ମାସରୁ ଊର୍ଦ୍ଧ୍ୱ ହେବ କରୋନା ମହାମାରୀ ଆତଙ୍କ ଖେଳାଇ ଚାଲିଛି। ଏଥିପାଇଁ ଡାକ୍ତର ଏବଂ ନର୍ସମାନେ ଦିନରାତି ଏକକରି ରୋଗୀଙ୍କୁ ସେବା ଯୋଗାଉଛନ୍ତି। ତେବେ ଡାକ୍ତର ଏବଂ ନର୍ସମାନେ ନିଜର ସୁରକ୍ଷା ପାଇଁ ଡାକ୍ତରଖାନାରେ ଘଣ୍ଟା ଘଣ୍ଟା ଧରି ପିପିଇ କିଟ୍, ମାସ୍କ, ଗ୍ଲୋଭସ ପିନ୍ଧି ରହୁଛନ୍ତି। ଫଳରେ ସେମାନଙ୍କ ଚେହେରାରେ ଅନେକ ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି।
ଯୁକ୍ତରାଷ୍ଟ୍ର ଟେନ୍ସିର ଜଣେ ନର୍ସ ସୋସିଆଲ ମିଡିଆରେ ଦୁଇଟି ଫଟୋ ଶେୟାର କରିଛନ୍ତି। ଗୋଟିଏରେ ସେ କ୍ୟାପଶନ ଲେଖିଛନ୍ତି କରୋନା ପୂର୍ବରୁ ଏବଂ ଦ୍ୱିତୀୟଟିରେ ଲେଖିଛନ୍ତି ପରେ। ତେବେ ପ୍ରଥମ ଫଟୋରେ ତାଙ୍କର ଖୁବ୍ ସୁନ୍ଦର ଚେହେରା ଥିବାବେଳେ ଦ୍ୱିତୀୟଟିରେ ମୁହଁର ଆକୃତି ବଦଳି ଯାଇଛି। ମାସ୍କ ବାନ୍ଧି ମୁହଁରେ ଚିହ୍ନ ସୃଷ୍ଟି ହୋଇଛି।
୨୭ ବର୍ଷୀୟା ନର୍ସ କ୍ୟାଥରିନ୍ ଏହି ଦୁଇଟି ଫଟୋ ଶେୟାର କରିଛନ୍ତି।
ଟୁଇଟର ପେଜ୍ରେ ପୂର୍ବରୁ ଏବଂ ପରେ ଶେୟାର ହୋଇଥିବା ଫଟୋରେ ଏପର୍ଯ୍ୟନ୍ତ ୧୦୦୦୦ରୁ ଅଧିକ ରିଟୁଇଟ୍ ହୋଇଛି। ୯.୬୩ ଲକ୍ଷ ପ୍ରତିକ୍ରିୟା ଏବଂ ୟୁଜରମାନେ ୭୬୦୦୦ରୁ ଅଧିକ କମେଣ୍ଟ ଦେଇଛନ୍ତି।