କରୋନା ଟୀକା ନେବାର ଅଳ୍ପ ସମୟ ପରେ ବେହୋସ ହୋଇଗଲେ ନର୍ସ: ଭିଡିଓ ଭାଇରାଲ

ଆମେରିକାର ଏକ ହସ୍ପିଟାଲର ନର୍ସଙ୍କ ମଧ୍ୟରେ ମୁଖ୍ୟ ଟିଫାନି ଡୋଭର କରୋନା ଟିକା ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବେହୋସ ହୋଇଥିଲେ। ଫାଇଜର ବାୟୋନୋଟେକର କୋଭିଡ ୧୯ ଟିକା ନେବାର ୧୭ ମିନିଟ୍‌ ପରେ ଟିଫାନି ଲାଇଭ କ୍ୟାମେରା ଆଗରେ ଚେତାଶୂନ୍ୟ ହୋଇଥିଲେ। ସେଠାରେ ଉପସ୍ଥିତ ଡାକ୍ତରମାନେ ତାଙ୍କୁ ଧରି ନେଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।

ଆମେରିକା ଟେନେସି ସହରର ସିଏଚ୍‌ଆଇ ମେମୋରିଆଲ ହସ୍ପିଟାଲରୁ ଟୀକା ନେବାର କିଛି ସମୟରେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା। ଯେତେବେଳେ ଟିଫାନି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ, ସେତେବେଳେ ସେ ବେହୋସ ହୋଇପଡ଼ିଲେ।
ଏହି ଟୀକା ପାଇଁ ଆମର ସମସ୍ତ କର୍ମଚାରୀ ବହୁତ ଉତ୍ସାହିତ ଅଛନ୍ତି। ଆମେ କୋଭିଡ ୟୁନିଟ୍‌ର ହୋଇଥିବାରୁ ମୋ ଦଳ ପ୍ରଥମେ ଏହି ଟୀକା ବ୍ୟବହାର କରିବାର ସୁଯୋଗ ପାଇଲା ବୋଲି ନର୍ସଜଣଙ୍କ ଭିଡିଓରେ କହୁଥିବା ଦେଖାଯାଇଛି। ଏହାର କିଛି ସମୟ ପରେ ସେ ଚେତା ହରାଇ ବସିଥିଲେ। ତେବେ ଏ ନେଇ ଡାକ୍ତରମାନେ କହିଛନ୍ତି, କରୋନା ଟୀକା ପାଇଁ ଏହା ହୋଇନାହିଁ। ସେ ଅଧିକ ଯନ୍ତ୍ରଣା ଅନୁଭବ କରିବା ବେଳେ ତାଙ୍କର ସେପରି ହୋଇଥାଏ। କାରଣ ସେ ଦୁର୍ବଳ ହୋଇଯାଆନ୍ତି।

Share