ଭୋପାଳ,୧୪ା୯: ମଧ୍ୟପ୍ରଦେଶ ଭୋପାଳରେ ଜଣେ ସାଢ଼େ ୩ ବର୍ଷର ନର୍ସରି ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ସ୍କୁଲ ବସ୍ ଡ୍ରାଇଭରଙ୍କୁ ପୋଲିସ ଗିରଫ କରିଛି। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କ ଘର ଭାଙ୍ଗି ଦେଇଛନ୍ତି। ସ୍କୁଲରୁ ଘରକୁ ଫେରିବା ସମୟରେ ବସ୍ ଡ୍ରାଇଭର ଜଣକ ନାବାଳିକାଙ୍କୁ ବଳାତ୍କାର କରିଥିବା ଜଣାପଡ଼ିଛି। ଗୁପ୍ତାଙ୍ଗରେ ଯନ୍ତ୍ରଣା ଅନୁଭୂତ ହେବା ନେଇ ପୀଡ଼ିତା ମା’ଙ୍କୁ ଜଣାଇବା ସହ ବସ୍ରେ ଘଟିଥିବା ଘଟଣା କହିଥିଲେ। ସ୍କୁଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବା ପରେ ତାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ। ସମ୍ପୃକ୍ତ ଡ୍ରାଇଭର ଏବଂ ଘଟଣା ସମୟରେ ବସ୍ରେ ଉପସ୍ଥିତ ଥିବା ମହିଳା ଆଟେଣ୍ଡାଣ୍ଟଙ୍କୁ ପୋଲିସ ଗିରଫ କରିଛି। ସ୍କୁଲ କର୍ତ୍ତୃପକ୍ଷ ଘଟଣାଟିକୁ ଚାପି ଦେବାକୁ ଚାହୁଁଥିବାବେଳେ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ କଂଗ୍ରେସ ନେତା କେ.କେ. ମିଶ୍ରା ଘଟଣା ନେଇ ଭାଜପାକୁ ଦାୟୀ କରିଛନ୍ତି।