ଦରମା ବୃଦ୍ଧି ଦାବିରେ ନର୍ସଙ୍କ ଆନ୍ଦୋଳନ

ଲଣ୍ଡନ୍‌, ୯।୧: ଗତ ଡିସେମ୍ବର ୧୫ରେ ବ୍ରିଟେନ୍‌ର ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍‌ଏଚ୍‌ଏସ୍‌) କର୍ମଚାରୀମାନେ ୧୦୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାସ୍ତାକୁ ଓହ୍ଲାଇଥିଲେ। ଏହାର ୫ ଦିନ ପରେ ଦରମା ବୃଦ୍ଧି ଦାବିରେ ନର୍ସ ସମେତ ଅନ୍ୟ ସ୍ବାସ୍ଥ୍ୟ କର୍ମୀମାନଙ୍କ ଦ୍ୱିତୀୟ କାର୍ଯ୍ୟ ବନ୍ଦ ଆନ୍ଦୋଳନ ହୋଇଥିଲା। କିନ୍ତୁ ସରକାର ସେମାନଙ୍କ ଦାବିକୁ ଅଣଦେଖା କରିଥିଲେ।

୭୬ ହସ୍ପିଟାଲର ଲକ୍ଷାଧିକ ନର୍ସ କାର୍ଯ୍ୟରେ ଯୋଗ ନ ଦେବାରୁ ସ୍ବାସ୍ଥ୍ୟ ସେବା ବ୍ୟାହତ ହୋଇଥିଲା। ଏହି ଆନ୍ଦୋଳନ ଜାରି ରହିଥିବାବେଳେ ଚାପରେ ଥିବା ପ୍ରଧାନମନ୍ତ୍ରୀ ଋଷି ସୁନକ ରବିବାର ନର୍ସମାନଙ୍କ ଟ୍ରେଡ୍‌ ୟୁନିୟନ୍‌ ନେତାଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଦରମା ବୃଦ୍ଧି ସଂକ୍ରାନ୍ତରେ ଆମେ ଏକ ଯଥାର୍ଥ, ସଚୋଟ ତଥା ଦ୍ୱିପାକ୍ଷିକ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ସୁନକ ସୂଚନା ଦେଇଛନ୍ତି।

Share