୧୦୬ ବର୍ଷରେ ପ୍ରଥମଥର ଦରମା ବୃଦ୍ଧି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ନର୍ସ

ଲଣ୍ଡନ,୧୬ା୧୨: ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟସେବାରେ ନିୟୋଜିତ ନର୍ସମାନେ ଦୀର୍ଘ ୧୦୬ ବର୍ଷ ପରେ ଧର୍ମଘଟ କରିଛନ୍ତି। ଯାହାକି ଇତିହାସରେ ପ୍ରଥମଥର। ଇଂଲଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡର ନର୍ସମାନେ ବେତନ ବୃଦ୍ଧି ଏବଂ ଉତ୍ତମ କାର୍ଯ୍ୟ ଦାବି କରିବାରେ ସରକାର ବିଫଳ ହେବା ପରେ ଚାକିରି ଛାଡ଼ିଛନ୍ତି। ଇଂଲଣ୍ଡ, ଉତ୍ତର ଆୟର୍ଲାଣ୍ଡ ଏବଂ ୱେଲ୍ସରେ ୧ ଲକ୍ଷରୁ ଅଧିକ ନର୍ସ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି। ଆସନ୍ତା ମଙ୍ଗଳବାର ନର୍ସମାନେ ପୁଣି ଧର୍ମଘଟ କରିବେ। ତେବେ ନୂତନ ବେତନ ଅଫର ପରେ ସ୍କଟ୍‌ଲାଣ୍ଡର ନର୍ସମାନେ ଧର୍ମଘଟ ବନ୍ଦ କରି ଦେଇଛନ୍ତି। ବ୍ରିଟେନର ଅନେକ ସ୍ଥାନରେ ଥଣ୍ଡା ସତ୍ତ୍ୱେ ଧର୍ମଘଟ ଆରମ୍ଭ ହେବା ମାତ୍ରେ ନର୍ସମାନେ ଡାକ୍ତରଖାନା ବାହାରେ ପିକେଟିଂ କରିଥିଲେ।

କର୍ମଚାରୀଙ୍କ ଅଭାବ, ବେତନ ବୃଦ୍ଧି ଏବଂ ଉତ୍ତମ କାର୍ଯ୍ୟ ଅବସ୍ଥା ଦାବି କରିଛନ୍ତି ନର୍ସମାନେ। ଇଣ୍ଟେନ୍ସିଭ କେୟାର ୟୁନିଟ୍‌ ଏବଂ କେମୋଥେରାପି, ଡାଏଲସିସ୍‌ ଏବଂ କେତେକ ଶିଶୁ ସେବା ଭଳି ଗୁରୁତ୍ୱପୂର୍ଣ୍ଣ ସେବାରେ କାର୍ଯ୍ୟ କରିବେ। କିନ୍ତୁ ସାଧାରଣ ସ୍ବାସ୍ଥ୍ୟସେବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବହୁ ସଂଖ୍ୟକ ଅସ୍ତ୍ରୋପଚାର ବାତିଲ କରାଯାଇଥିଲା। ଆକାଶଛୁଆଁ ମୁଦ୍ରାସ୍ଫୀତି ହେତୁ ସ୍ବଳ୍ପ ବେତନରେ କାମ କରିବା ସମ୍ଭବ ନ ଥିବାରୁ ନର୍ସ ସଂଘ ମଜୁରିରେ ୧୯ ପ୍ରତିଶତ ବୃଦ୍ଧି କରିବାକୁ ଦାବି କରିଛି।

Share