Advertisement

ହଷ୍ଟେଲ ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ନର୍ସିଂ କଲେଜ ଛାତ୍ରୀ ଆକ୍ରାନ୍ତ

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ମୁଖରେ ଥିବା କୋରାପୁଟ ନର୍ସିଂ କଲେଜର ଛାତ୍ରୀମାନେ ହଷ୍ଟେଲ ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ପଡ଼ି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଏହି କଲେଜର କଲେଜର ୫ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଶୁକ୍ରବାର ରାତିରେ ସେମାନେ କଲେଜ ହଷ୍ଟେଲରେ ଖାଦ୍ୟ ଖାଇସାରିବା ପରେ ପେଟ ରୋଗରେ ଆକ୍ରାନ୍ତ ହେବା ସହ ବାନ୍ତି ଓ ଝାଡ଼ା ବାରମ୍ବାର ହୋଇଥିଲା। ପରେ ସେମାନଙ୍କୁ କଲେଜ କର୍ତ୍ତୃପକ୍ଷ ସ୍ଥାନୀୟ ମେଡିକାଲ କଲେଜରେ ଭର୍ତ୍ତି କରିଥିବା ଜଣାଯାଇଛିା ଚିକିତ୍ସା ପରେ ୨ ଜଣ ଛାତ୍ରୀ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ମେଡିକାଲରେ ୩ ଜଣ ଛାତ୍ରୀ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏ ସମ୍ପର୍କରେ ଆକ୍ରାନ୍ତ ଛାତ୍ରୀମାନଙ୍କୁ ପଚାରିଲେ କଲେଜର ହଷ୍ଟେଲରେ ଭାତ, ତରକାରୀ ସହିତ ଦହି ଓ ଭେଣ୍ଡି ଖାଇବା ପରେ ପେଟ କାଟିବା ସହ ବାରମ୍ବାର ବାନ୍ତି ଓ ଝାଡା ହୋଇଥିଲା ବୋଲି ପ୍ରକାଶ କରିଛନ୍ତି। ଅପରପକ୍ଷେ ଏନେଇ କୋରାପୁଟ ନର୍ସିଂ କଲେଜର ଅଧ୍ୟକ୍ଷା ତିଳୋତ୍ତମା ମହାନ୍ତିଙ୍କୁ ପଚାରିବାରୁ ଛାତ୍ରୀମାନଙ୍କୁ ବାହାର ଖାଦ୍ୟ ଖାଇବାକୁ ମନା କରାଯିବା ସତ୍ତ୍ୱେ ସେମାନେ ବାହାର ଖାଦ୍ୟ ଖାଉଥିବାରୁ ଏପରି ପେଟ ରୋଗରେ ଆକ୍ରାନ୍ତ ହୋଇଥିବା ପ୍ରକାଶ କରିବା ସହ ଏ ସମ୍ପର୍କରେ ସେ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ସହ ଉଚିତ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି। ହଷ୍ଟେଲରେ ଗୋଟିଏ ଗୋଟିଏ ଦିନର ରହିଯାଉଥିବା ଖାଦ୍ୟକୁ ରାତିରେ ଛାତ୍ରୀମାନଙ୍କୁ ଦେଉଥିବାରୁ ଏପରି ଘଟଣା ଘଟିଛି ବୋଲି ଛାତ୍ରୀମାନଙ୍କର ଅଭିଭାବକମାନେ ଅଭିଯୋଗ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share