ନର୍ସିଂହୋମ୍‌ରେ ନିଆଁ ଲାଗିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୧୩ା୭: କଟକର ପୁରୀଘାଟ ଥାନା ନିକଟ ଏକ ଘରୋଇ ନର୍ସିଂହୋମ୍‌ରେ ଶନିବାର ଅପରାହ୍ନରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍ତି। କେମିତି ନିଆଁ ଲାଗିଲା ତାହାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନର୍ସିଂହୋମ୍‌ରୁ ଉଦ୍ଧାର ହୋଇଥିବା ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ କଟକର ଏକ ଘରୋଇ ନର୍ସିଂହୋମ୍‌ର ତୃତୀୟ ମହଲାରେ ଥିବା ଆଇସିୟୁରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ। ଏଥିସହିତ ଆଇସିୟୁରେ ଥିବା ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଗୁରୁତରମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଶିଶୁମାନଙ୍କ ଶିଶୁଭବନ ପଠାଇଯାଇଛି। କେଉଁ କାରଣରୁ ନିଆଁ ଲାଗିଛି ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Share