ଜାଲ ସାର୍ଟିଫିକେଟରେ ଚାଲିଥିଲା ନର୍ସିଂହୋମ: ସିଲ୍‌ କଲା ପ୍ରଶାସନ

କେନ୍ଦ୍ରାପଡ଼ା,୧୯।୧୦: କେନ୍ଦ୍ରାପଡ଼ା ପୁରୁଣା ମେଡିକାଲ ରୋଡ୍‌ରେ ଥିବା ଏକ ନର୍ସିଂହୋମ ଉପରେ ଶନିବାର ବଡ଼ ଧରଣର ଚଢାଉ ହୋଇଛି। ବେଆଇନ ଭାବେ ଚାଲିଥିବା ସମ୍ପୃକ୍ତ ନର୍ସିଂହୋମକୁ ପ୍ରଶାସନ ପକ୍ଷରୁ ସିଲ୍‌ କରି ଦିଆଯାଇଛି। ଜାଲ ଫାୟାର ସ୍ଟେି ସାର୍ଟିଫିକେଟରେ ନର୍ସିଂହୋମଟି ଚାଲୁଥିବା ଚଢାଉ ବେଳେ ଧରାପଡିଛି।

ମିଳିଥିବା ସୂଚନା ମୁତାବକ, ଜାଲ ସାର୍ଟିଫିକେଟରେ ନର୍ସିଂହୋମଟି ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସ୍ବାସ୍ଥ୍ୟ ବିଭାଗ ଏବଂ ପୋଲିସର ଏକ ଟିମ୍‌ ମିଳିତ ଭାବେ ନର୍ସିଂହୋମ ଉପରେ ଚଢାଉ କରିଥିଲେ। ଚଢାଉ ବେଳେ ଅଧିକାରୀମାନେ କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଅଧିକାରୀମାନେ ନର୍ସିଂହୋମଟି ଜାଲ ଫାୟାର ସେଫ୍ଟି ସାର୍ଟିଫିକେଟରେ ଚାଲୁଥିବା ଜାଣିବାକୁ ପାଇଥିଲେ। ଏପରିକି ନର୍ସିଂହୋମ ପ୍ଲାନିଂ ସାର୍ଟିଫିକେଟରେ ମଧ୍ୟ ଜାଲ ଦସ୍ତଖତ ରହିଥିବା ଜଣାପଡିଛି। ଅନ୍ୟପକ୍ଷେ ବେଆଇନ କାର୍ଯ୍ୟକଳାପ ଯୋଗୁ ନର୍ସିଂହୋମକୁ ସିଲ୍‌ କରି ଦିଆଯାଇଥିବା ଚଢାଉରେ ସାମିଲ ଥିବା କେତେକ ଅଧିକାରୀ ସୂଚନା ଦେଇଛନ୍ତି।

Share