୬ କରୋନା ଆକ୍ରାନ୍ତ ଚିହ୍ନଟ : ନର୍ସିଂହୋମ୍‌ ସିଲ୍‌ କଲା ସିଏମ୍‌ସି

କଟକ ଅଫିସ,୪ା୭-କଟକ ସହର ଚାଉଳିଆଗଞ୍ଜସ୍ଥିତ ଏକ ନର୍ସିଂହୋମ୍‌ରୁ ଶୁକ୍ରବାର ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶନିବାର ସିଏମ୍‌ସି ସେହି ନର୍ସିଂହୋମ୍‌କୁ ସିଲ୍‌ କରିଛି। ସରକାରଙ୍କ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ସିଲ୍‌ ହୋଇଛି। ସମସ୍ତ ଆକ୍ରାନ୍ତ ସେଠାରେ କାର୍ଯ୍ୟ କରୁଥିଲେ। ସେଥିରୁ ଜଣେ ମହିଳା ନର୍ସ, ସଫେଇ କର୍ମଚାରୀ ଓ ଅନ୍ୟ ୪ ଜଣ ପୁରୁଷ। କିଛି ଦିନ ତଳେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇର ଜଣେ ମହିଳା ଚିକିତ୍ସା ପାଇଁ ଏଠାରେ ଭର୍ତ୍ତି ହୋଇଥିଲେ। ପରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ନର୍ସିଂହୋମ୍‌ରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଓ ଡାକ୍ତରଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା।