Advertisement

ଆନ୍ଦୋଳନରେ ନର୍ସିଂ ଅଫିସର, ରୋଗୀସେବା ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ସାରା ରାଜ୍ୟରେ ନର୍ସିଂ କର୍ମଚାରୀ ସଂଘ  ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏହାର ପ୍ରଭାବ ଦୁର୍ଗମ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିର ୨୫ ପଞ୍ଚାୟତରେ କାର୍ଯ୍ୟରତ ଓ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ନର୍ସିଂ ଅଫିସରମାନେ ତାଙ୍କ ଦାବିକୁ ସରକାର ମାନିନେବାକୁ ଜିଦ୍‌ରେ ଅଟଳ ରହିଛନ୍ତି ସମସ୍ତ ନର୍ସିଂ ଅଫିସର। ବୁଧବାର ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦରଖାସ୍ତ ଦେଇ ଗୁରୁବାର ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଛନ୍ତି।

ଏପଟେ ଏବେ ଭାଇରାଲ ଥଣ୍ଡା ଜନିତ ଜ୍ୱର, ଥଣ୍ଡା, କାଶ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀ ଔଷଧ ପାଇଁ ଆସିବା ବେଳେ ନର୍ସିଂ ଅଫିସରମାନେ ଆନ୍ଦୋଳନରେ ରହିଥିବାରୁ ହଇରାଣ ଭୋଗୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share