୧୦ ଦଫା ଦାବିରେ ନର୍ସିଂ ଅଫିସରଙ୍କ ଆନ୍ଦୋଳନ, ସମାଧାନ ନ ହେବା ଯାଏ…

ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): ରାଜ୍ୟ ସଂଘର ଆହ୍ବାନ କ୍ରମେ ବୁଧବାର କଳାହାଣ୍ଡି ଜିଲାରେ ମଧ୍ୟ ଓଡ଼ିଶା ନର୍ସିଂ ଅଫିସରମାନେ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଅବସରରେ ଭବାନୀପାଟଣାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜିଲାର କାର୍ଯ୍ୟରତ ନର୍ସିଂ ଅଫିସରମାନେ ଏକତ୍ରିତ ହୋଇ ଆନ୍ଦୋଳନ କରୁଛନ୍ତି। ଏହାପୂର୍ବରୁ ସେମାନେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ।
୧୨.୧୧.୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ ଅଫିସରଙ୍କର ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନତି ଓ ସମସ୍ତ ଆର୍ଥିକ ସୁବିଧା,ଯୋଗ୍ୟ ନର୍ସିଂ ଅଫିସରମାନଙ୍କୁ ବରିଷ୍ଠତା ଭିତ୍ତିରେ ସିନିୟର ନର୍ସିଂ ଅଫିସର ପଦବୀରେ ତୁରନ୍ତ ପଦୋନ୍ନତି, ସହକାରୀ ନର୍ସିଂ ଅଧୀକ୍ଷକ ପଦବୀରେ ପଦୋନ୍ନତି ପାଇଁ ଆବଶ୍ୟକ ଥିବା ସ୍ଥିରୀକୃତ ଅବଧିକୁ କମ୍‌ କରି ୧୬ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେବା ଯୋଗାଇ ଆସୁଥିବା ବରିଷ୍ଠ ନର୍ସିଂ ଅଫିସମାନଙ୍କର ଏକ ସମୟରେ ଦୁଇଟା ପଦୋନ୍ନତି, ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ହୋଇଥିବା ସରକାରୀ ନର୍ସିଂ ଅଫିସରମାନଙ୍କୁ ସିଏଚ୍‌ଓ ପଦବୀରୁ ଫେରାଇ ଆଣି କ୍ୟାଡର୍‌ ପୋଷ୍ଟରେ ବିଭିନ୍ନ ସରକାରୀ ହସ୍ପିଟାଲରେ ନର୍ସିଂ ସେବା ଯୋଗାଇ ଦେବା ନିମନ୍ତେ ଠୋସ୍‌ ପଦକ୍ଷେପ ଓ ଅନ୍ୟ ରାଜ୍ୟଗୁଡ଼ିକରେ ଥିବା ବ୍ୟବସ୍ଥାକୁ ଦୃଷ୍ଟିରେ ରଖ ଏନ୍‌ଏଚ୍‌ଏମ୍‌ ଅଧୀନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୂତନ ସିଏଚ୍‌ଓମାନଙ୍କୁ ନିଯୁକ୍ତି, ନିୟମିତ ହୋଇ ନ ଥିବା ଅବଶିଷ୍ଟ ନର୍ସିଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରାଯିବା, ନର୍ସିଂ ଅଫିସରମାନଙ୍କର ଡ୍ରେସ୍‌ କୋଡ୍‌ ପରିବର୍ତ୍ତନ କରାଯିବା ସହିତ ନର୍ସିଂ ସେବା କ୍ୟାଡରରେ ଥିବା ପ୍ରଶାସନିକ ପଦବୀରେ ଡ୍ରେସ୍‌କୋଡ୍‌ର ପରିବର୍ତ୍ତନ କରାଯିବା, ଆଉଟ୍‌ସୋର୍ସିଂ ଏଜେନ୍ସି ମାଧ୍ୟମରେ ହେଉଥିବା ନର୍ସିଂ ଅଫିସରମାନଙ୍କର ନିଯୁକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା, ସହିତ ସରକାରଙ୍କ ପୂର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର, କେବିକେ ଆଦିବାସୀ ସବ୍‌-ପ୍ଲାନ କଠିନ ଅଞ୍ଚଳରେ କାର୍ଯ୍ୟ କରୁଥିବା ନର୍ସିଂ ଅଫିସର, କର୍ମଚାରୀଙ୍କ ପାଇଁ ସ୍ଥାନ ଭିତ୍ତିକ ପ୍ରୋତ୍ସାହନ ରାଶି ପ୍ରଦାନ, ନର୍ସିଂ ଅଫିସରମାନେ ଜରୁରୀକାଳିନ ସେବାରେ ନିୟୋଜିତ ଅଛନ୍ତି ତେଣୁ ସରକାରଙ୍କ ଦ୍ବାରା ସ୍ଥିରୀକୃତ ସମସ୍ତ ସାଧାରଣ ଛୁଟିଦିନ ବଦଳରେ ନର୍ସିଂ ଅଫିସରଙ୍କ କ୍ଷେତ୍ରରେ କ୍ଷତିପୂରଣ ଛୁଟି, ଦରମା ପ୍ରଦାନ ଓ ଏହି ସମ୍ବନ୍ଧରେ ସ୍ଥାୟୀ ନିର୍ଦ୍ଦେଶନାମା ଜାରି କରାଯାଉ ବୋଲି ପ୍ରମୁଖ ଦାବି ଉଲ୍ଲେଖ ରହିଛି।

ଏହି ଆନ୍ଦୋଳନରେ ଜିଲା ସଭାନେତ୍ରୀ ସନ୍ଧ୍ୟା ରତ, ଉପସଭାପତି ତ୍ରିବିକ୍ରମ ପ୍ରଧାନ, ସାଧାରଣ ସମ୍ପାଦକ ବସନ୍ତ କୁମାର, କୋଷାଧ୍ୟକ୍ଷ କ୍ଷୀରସିନ୍ଦୁ ରଣା ପ୍ରମୁଖ ନେତୃତ୍ୱ ନେଉଥିବାବେଳେ କନକ ସେଠୀ, ମେନକା ସ୍ବାଇଁ, ମମତାମୟୀ ଶତପଥୀ, ପ୍ରିୟରଞ୍ଜନ ମାଝୀ, ରେଶମା ସଙ୍ଗୀତା ସାହୁ ପ୍ରମୁଖ ସହଯୋଗ କରୁଛନ୍ତି। ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପାଇ ଚାଲିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଶେକଙ୍କ ବିସ୍ଫୋରକ ଶତକ: ହାଇଦ୍ରାବାଦ ବିଜୟୀ

ହାଇଦ୍ରାବାଦ,୧୨ା୪: ଅଭିଶେକ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ୮ ଉଇକେଟରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)କୁ ପରାସ୍ତ କରିଛି। ହାଇସ୍କୋରିଂ ମ୍ୟାଚରେ ପିବିକେଏସ୍‌...

ଉଗ୍ରରୂପ ନେଲା ଓ୍ବକ୍‌ଫ ବିରୋଧୀ ବିକ୍ଷୋଭ: ଇଣ୍ଟରନେଟ୍‌ ସେବା ବନ୍ଦ

କୋଲକାତା,୧୨।୪: ଓ୍ବକ୍‌ଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦ ଜିଲାରେ ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିବା ବେଳେ ଏଥିରେ...

ଭାରତୀୟ ଫାର୍ମା କମ୍ପାନୀର ଓ୍ବେୟାର ହାଉସ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କ୍ୱିଭ,୧୨।୪: ୟୁକ୍ରେନର ରାଜଧାନୀ କ୍ୱିଭରେ ରୁଷିଆର ସଦ୍ୟତମ ଆକ୍ରମଣରେ ଏକ ଭାରତୀୟ ଔଷଧ କମ୍ପାନୀର ଗୋଦାମ ଧ୍ୱଂସ ହୋଇଯାଇଛି। ଶନିବାର (୧୨ ଏପ୍ରିଲ, ୨୦୨୫) ଭାରତରେ...

ମୋହନ ବାଗାନ ସୁପର ଜାଏଣ୍ଟ୍ସ ଚାମ୍ପିୟନ

କୋଲକାତା, ୧୨ା୪ : ମୋହନବାଗାନ ସୁପର ଜାଏଣ୍ଟ୍ସ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୪-୨୫ ସିଜନର ଟାଇଟଲ ବିଜେତା ହୋଇଛି। ସ୍ଥାନୀୟ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ଦୁଇ ଫୁଲମାଳରେ ବାଛିଲେ ଜୀବନସାଥୀ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ)- ବିବାହରେ ନ ଥିଲା ଯାନିଯୌତୁକ। କେବଳ ୨ଟି ଫୁଲମାଳରେ ବାଛିଥିଲେ ଜୀବନସାଥୀ। ଏଭଳି ଏକ ଆଦର୍ଶ ଗଣବିବାହ ଶନିବାର ବରଗଡ ସ୍ଥିତ ବିଜୁ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ଭଉଣୀ ନେହା କକ୍କର, ଭାଇ ଟୋନିଙ୍କଠାରୁ ସମ୍ପର୍କ କାଟିଲେ ଭଉଣୀ ସୋନୁ! ପୋଷ୍ଟ ଶେୟାର କରି କହିଲେ…

ମୁମ୍ବାଇ: ଗାୟିକା ସୋନୁ କକ୍କର ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଗାୟିକା, ସେ ଅନେକ ବଡ଼ ବଡ଼ ମୁଭିରେ ନିଜ କଣ୍ଠସ୍ବରର ଯାଦୁ ଦେଖାଇଛନ୍ତି। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image