କଟକ, ୧୭।୭(ଶିଳ୍ପା ପ୍ରିୟଦର୍ଶିନୀ): ଏସସିବି ମେଡିକାଲରେ ନର୍ସିଂ କର୍ମଚାରୀ ଏବଂ ହାଉସ ସର୍ଜନ ଡାକ୍ତର ସଂଘ ବିବାଦ ପ୍ରସଙ୍ଗ ତେଜିଛି। ବୁଧବାର ସକାଳୁ ଜରୁରୀକାଳୀନ ସେବା ବ୍ୟତିତ ଇନ ଡୋର ଓ ଆଉଟଡୋରରେ ସେବା ହାଉସ ସର୍ଜନ ବନ୍ଦ କରିଦେଇଛନ୍ତି। ହାଉସ ସର୍ଜନ ଡାକ୍ତରଙ୍କ ଏହି ନିଷ୍ପତ୍ତିକୁ ଏସସିବି ଜୁନିୟର ଡାକ୍ତର ସଂଘ ଏବଂ ଏସସିବି ଡାକ୍ତର ସଂଘ ସହମତି ପ୍ରକାଶ କରିଛନ୍ତି । ହାଉସ ସର୍ଜନଙ୍କ ଏପରି କାର୍ଯ୍ୟ ବନ୍ଦ ଯୋଗୁ ଏସସିବିରେ ରୋଗୀ ଚିକିତ୍ସା ବାଧାପ୍ରାପ୍ତ ହୋଇଛି।