ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୁସରତ ଭରୁଚା ଶୁଟିଂ ସେଟରେ ବେହୋସ୍ ହାଇ ଯାଇଛନ୍ତି । ଏବେ ସେ ଲଭ ରଞ୍ଜନଙ୍କ ଫିଲ୍ମରେ କାମ କରୁଥିବା ବେଳେ ନିକଟରେ ଶୁଟିଂ କରୁଥିବା ସମୟରେ ବେହୋସ୍ ହୋଇ ଯାଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ଅତିକମରେ ୧୫ ଦିନ ପର୍ଯ୍ୟନ୍ତ ରେଷ୍ଟ ନେବାକୁ କହିଛନ୍ତି । ଲୋ ବ୍ଲଡ ପ୍ରେସର ଯୋଗୁ ସେ ବେହୋସ୍ ହୋଇ ଯାଇଥିବା ଜଣାପଡିଛି । ମୁମ୍ବାଇର ଏକ ଷ୍ଟୁଡିଓରେ ନୁସରତ ଏବେ ଶୁଟିଂ କରୁଥିବା ବେଳେ ୨୩-୨୪ ଦିନର ଶୁଟିଂ ଶେଷ କରିଛନ୍ତି । ଏହା ପୂର୍ବରୁ ସେ ସାମାନ୍ୟ ଅସୁସ୍ଥ ଥିଲେ ବି କାମରେ ଯୋଗଦେଇ ଚାଲିଥିଲେ । ଏବେ ଅନୁମାନ କରାଯାଉଛି କି ସେ ସୁସ୍ଥ ହେବା ପରେ ଶୁଟିଂ ପୁଣି ଆଗକୁ ବଢିବ ।