ବମ୍ବେ: ଶୁଟିଂ ବେଳେ ଆହତ ହୋଇଛନ୍ତି ଅଭିନେତ୍ରୀ ନୁସରତ ଭରୁଚା। ଆଗାମୀ ଫିଲ୍ମ ‘ଛୋରି ୨’ର ଶୁଟିଂ ସେଟ୍ରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ଡାକ୍ତରଖାନା ନିଆଯିବା ପରେ ତାଙ୍କର ସିଲେଇ କରାଯାଇଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ସେ ଡାକ୍ତରଖାନା ବେଡ୍ରେ ଶୋଇ ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି।
ଅଭିନୟ ବିଷୟରେ କଥା ହେଲେ ନୁସରତ ୨୦୦୬ରେ ‘ଜୟ ସନ୍ତୋଷୀ ମା’ ଜରିଆରେ ଡେବ୍ୟୁ କରିଥିଲେ। ହେଲେ ତାଙ୍କୁ ଖ୍ୟାତି ଦେଇଥିଲା ‘ଲଭ୍ ସେକ୍ସ ଔର ଧୋକା’ ଏବଂ ‘ପ୍ୟାର୍ କା ପଞ୍ଚନାମା’ ଚଳଚ୍ଚିତ୍ର। ଏହାପରଠାରୁ ଅନେକ ଫିଲ୍ମରେ ସେ କାମ କରିଛନ୍ତି। ଏବେ ସେ ‘ଛୋରୀ ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ସୋହା ଅଲ୍ଲୀ ଖାଁ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ନଜର ଆସିବେ। ବିଶାଲ ଫୁରିୟା ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରାଇମ ଭିଡିଓରେ ରିଲିଜ ହେବ।