ବିବାହ ପୂର୍ବରୁ ଏହି ଅଭିନେତାଙ୍କ ସହ ଥିଲା ନୁସରତଙ୍କ ସମ୍ପର୍କ

କୋଲକାତା: ବେଙ୍ଗଲି ଅଭିନେତ୍ରୀ ତଥା ଏମ୍‌ପି ନୁସରତ ଜାହାଁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନୁସରତ ନିଖିଲ ଜୈନଙ୍କୁ ବିବାହ କରିଥିବା ବେଳେ ବର୍ତ୍ତମାନ ୟଶଦାସ ଗୁପ୍ତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଛି। ଆଜିକାଲି ନୁସରତ ଏବଂ ନିଖିଲଙ୍କ ମଧ୍ୟରେ ବିବାଦ ଏବଂ ଗର୍ଭବତୀ ହେବାର ଖବର ହେଡ୍‌ଲାଇନ୍‌ରେ ରହିଛି। ନୁସରତ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନିଖିଲଙ୍କ ଫଟୋ ମଧ୍ୟ ଡିଲିଟ୍‌ କରିଦେଇଛନ୍ତି। ଏହା ପ୍ରଥମ ଥର ନୁହେଁ, ଲଭ୍‌କୁ ନେଇ ନୁସରତ ପୂର୍ବରୁ ବହୁବାର ଟ୍ରୋଲ ହୋଇଛନ୍ତି। ବୟଫ୍ରେଣ୍ଡ କାଦିର ଖାନଙ୍କ ସହ ତାଙ୍କର ରିଲେସନଶିପ୍‌ ଖବର ମଧ୍ୟ ଚର୍ଚ୍ଚାରେ ଥିଲା।
ନୁସରତ ଏବଂ କାଦିରଙ୍କ ମଧ୍ୟରେ ସମ୍ପର୍କ ଠିକ୍‌ଠାକ ଚାଲିଥିଲା। ମାତ୍ର ୨୦୧୨ରେ ଏକ କାରଣ ଯୋଗୁ ସବୁକିଛି ବଦଳି ଯାଇଥିଲା। କାଦିରଙ୍କ ନାମରେ ଏକ ବଳାତ୍କାର ମାମଲା ଆସିଥିଲା। ଯେଉଁଥିରେ କାଦିରଙ୍କୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିଲା। ଏହି କାରଣରୁ ନୁସରତ କାଦିରଙ୍କଠାରୁ ଦୂରେଇ ଯାଇଥିଲେ।

ଏହି ଘଟଣା ପରେ ୨୦୧୯ ଜୁଲାଇରେ ତାଙ୍କ ବୟଫ୍ରେଣ୍ଡ ତଥା ପ୍ରତିଷ୍ଠିତ ବ୍ୟବସାୟୀ ନିଖିଲଙ୍କ ସହ ତାଙ୍କର ବିବାହ ହୋଇଥିଲା। ମାତ୍ର ବର୍ତ୍ତମାନ ଦୁହେଁ ଦୁହିଁଙ୍କଠାରୁ ଅଲଗା ରହୁଥିବା ବେଳେ ବର୍ତ୍ତମାନ ନୁସରତ ମା’ ହେବାର ଖବର ଚର୍ଚ୍ଚା ହେଉଛି। ଏପଟେ ନିଖିଲ କହିଛନ୍ତି ଏହା ମୁଁ ଜାଣିନାହିଁ। ତେବେ ଦେଖାଯାଉ ନୁସରତଙ୍କ ଜୀବନରେ ଆଗକୁ କ’ଣସବୁ ଘଟୁଛି।

Share