ୟଶଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ନୁସରତ

ମୁମ୍ବାଇ: ଟିଏମ୍‌ସି ନେତ୍ରୀ ତଥା ବଙ୍ଗଳା ଅଭିନେତ୍ରୀ ନୁସରତ ଜାହାଁ ଆଜିକାଲି ପ୍ରତ୍ୟେକ କଥାରେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ନୁସରତ ୟଶ ଦାସଗୁପ୍ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହିଦିନ ସେ ସମସ୍ତଙ୍କୁ କହିଥିଲେ ଯେ, ତାଙ୍କ ସନ୍ତାନର ପିତା ୟଶଙ୍କ ବ୍ୟତୀତ ଆଉ କେହି ନୁହନ୍ତି।

ୟଶଙ୍କ ଜନ୍ମଦିନ ପରଠାରୁ ପ୍ରଶଂସକ ଜାଣିସାରିଲେଣି ଯେ, ନୁସରତଙ୍କ ସ୍ବାମୀ ହିଁ ୟଶ୍‌। ଦୁର୍ଗାପୂଜା ଅବସରରେ ନୁସରତ ଦୁଇଟି ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟେ ବହୁତ ରୋମାଣ୍ଟିକ ପୋଜ୍‌ ଦେଇଥିବା ନଜର ଆସିଛନ୍ତି। ଦୁହିଁଙ୍କ ଫଟୋକୁ ପ୍ରଶଂସକମାନେ ବେଶ୍‌ ପସନ୍ଦ ବି କରିଛନ୍ତି।

ଗୋଟିଏ ଫଟୋରେ ନୁସରତ ୟଶଙ୍କ କୋଳରେ ବସି ପୋଜ ଦେଇଥିବାବେଳେ ଅନ୍ୟ ଫଟୋରେ ଦୁହିଁଙ୍କୁ ରୋମାଣ୍ଟିକ୍‌ ପୋଜ୍‌ରେ ଦେଖିବାକୁ ମିଳିଛି। ପ୍ରଶଂସକମାନେ ମଧ୍ୟ ଏହି ଯୋଡ଼ିକୁ ଏବେ ଗ୍ରହଣ କରିନେଲେଣି।

Share