ହସ୍ପିଟାଲରେ ନୁସରତ: ପ୍ରେମିକଙ୍କ ସାଥୀରେ ରହିବାକୁ ଡାକ୍ତରଙ୍କୁ କଲେ ବିଶେଷ ନିବେଦନ

ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ଏମ୍‌ପି ନୁସରତ ଜାହାଁ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ତାଙ୍କୁ ପ୍ରସବ ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୨୬ରେ ସେ ଶିଶୁ ଜନ୍ମ ଦେଇପାରନ୍ତି। ତେବେ ଆଜିକାଲି ନୁସରତ୍‌ ୟଶ ଦାସ ଗୁପ୍ତାଙ୍କ ସହ ପ୍ରେମ ସମ୍ପର୍କରେ ଅଛନ୍ତି। ପ୍ରସବ ସମୟରେ ୟଶଙ୍କୁ ତାଙ୍କ ସହ ରହିବାକୁ ଅନୁମତି ଦେବା ପାଇଁ ନୁଶରତ ଡାକ୍ତରମାନଙ୍କୁ ଏକ ବିଶେଷ ନିବେଦନ କରିଛନ୍ତି।
ନୁଶରତ ୨୦୧୯ରେ ତୁର୍କୀରେ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ପରେ ଚଳିତବର୍ଷ ଆରମ୍ଭମ୍ଭ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଫଳରେ ଏବେ ସେମାନେ ପରସ୍ପର ଅଲଗା ରହୁଛନ୍ତି। ନିଖିଲଙ୍କଠାରୁ ଅଲଗା ହେବା ପରେ ନୁସରତ ଏବେ ୟଶଙ୍କୁ ଡେଟ୍‌ କରୁଛନ୍ତି।

Share