ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଲୋକ ସଭା ଏମ୍ପି ନୁଶରତ ଜାହାଁ ନିକଟରେ ପୁତ୍ର ସନ୍ତାନର ମା’ ହେବାର ସୌଭାଗ୍ୟ ଲାଭ କରିଥିଲେ। ଏହାପରେ ତାଙ୍କୁ ପ୍ରଶଂସକଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟି ଥିଲା। କିନ୍ତୁ ପୁଅ ବାପା କିଏ ସେନେଇ ମଧ୍ୟ ସୋସିଆଲ ମିଡିଆରେ ଏବେ ବି ଚର୍ଚ୍ଚା ଲାଗିରହିଛି। ନିକଟରେ ଯେତେବେଳେ ଏବେ ନୁଶରତଙ୍କୁ ପୁଣି ଥରେ ପୁଅର ବାପା ବିଷୟରେ ପ୍ରଶ୍ନ କରାଯାଇଥିଲା। କୋଲକାତାରେ ଏକ କାର୍ଯ୍ୟକ୍ରମ ସମୟରେ ଜଣେ ସାମ୍ବାଦିକ ନୁଶରତଙ୍କୁ ତାଙ୍କ ସାଥୀ ତଥା ଶିଶୁର ପିତାଙ୍କ ବିଷୟରେ ପଚାରିଥିଲେ। ସେ କହିଥିଲେ,ମୁଁ ଭାବୁଛି ଏହା ଏକ ଅର୍ଥହୀନ ପ୍ରଶ୍ନ। ବାପା ବିଷୟରେ ପଚାରିବା ମହିଳାଙ୍କ ଚରିତ୍ର ଉପରେ କଳା ଦାଗ ଲଗାଇବା ପରି। ଶିଶୁର ବାପା କିଏ ସେ କଥା ତାଙ୍କ ବାପା ହିଁ ଜାଣନ୍ତି। ଆମେ ଏକତ୍ର ପିଲାଟିକୁ ବହୁତ ଭଲ ଭାବରେ ବଢାଉଛୁ। ୟଶ (ଦାସଗୁପ୍ତା) ଏବଂ ମୁଁ ଏକାଠି ଭଲ ସମୟ କଟାଉଛୁ। ଅନ୍ୟପକ୍ଷରେ, କେବେ ପୁଅର ଝଲକ ଦେଖାଇବେ ବୋଲି ପଚରାଯିବାରୁ ନୁଶରତ ଉତ୍ତର ଦେଇଛନ୍ତି, ତୁମେ ତାଙ୍କ ବାପାଙ୍କୁ ପଚାର। ସେ କାହାକୁ ଦେଖା କରିବାକୁ ଦିଅନ୍ତି ନାହିଁ।
ଗତ ବର୍ଷ ଠାରୁ ଅଭିନେତା ଯଶ ଦାସଗୁପ୍ତାଙ୍କ ସହ ନୁଶରତଙ୍କ ସମ୍ପର୍କ ରହିଛି। ୨୦୨୦ରୁ ନୁଶରାଟ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କଠାରୁ ଅଲଗା ରହୁଛନ୍ତି। ୨୦୧୯ରେ ତୁର୍କୀରେ ନୁଶରତ ଏବଂ ନିଖିଲ ବିବାହ କରିଥିଲେ। ଏହାର କିଛି ଦିନ ପରେ ସେମାନଙ୍କ ମଧ୍ୟରେ ଝଗଡା ହୋଇ ଅଲଗା ରହୁଥିଲେ।