ଡେଲିଭରୀ ପାଇଁ ନୁସରତ୍‌ ଜାହାଁ ହସ୍ପିଟାଲରେ ଭର୍ତ୍ତି, ମିଳିବ ଖୁସି ଖବର…

ମୁମ୍ବାଇ,୨୫।୮: ଅଭିନେତ୍ରୀ ନୁସରତ୍‌ ଜାହାଁ ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଗଷ୍ଟ ୨୬(ଗୁରୁବାର) ତାଙ୍କର ଡେଲିଭରୀ କରାଯିବ ବୋଲି କୁହାଯାଉଛି। ଏବେ ନୁସରତ୍‌ ଖୁସି ଖବରକୁ ଅପେକ୍ଷା କରିଛନ୍ତି। ବିଗତ ଦିନରେ ସେ ଗର୍ଭବତୀ ହେବା ପରେ ବିବାଦୀୟ ହୋଇପଡ଼ିଥିଲେ। ତାଙ୍କର ଡେଲିଭରୀ ଅଗଷ୍ଟ ଶେଷ ଅବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହେବ ବୋଲି ପୂର୍ବରୁ କୁହାଯାଉଥିଲା। ତେବେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସେ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି।

Share