ପୁଅର ନାଁକୁ ନେଇ ପୁଣି ଚର୍ଚ୍ଚାରେ ନୁସରତ

କୋଲକାତା: ବେଙ୍ଗଲି ଆକ୍ଟ୍ରେସ ତଥା ତ୍ରୁଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜହାଁ ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ରହି ଆସୁଛନ୍ତି ଚର୍ଚ୍ଚାରେ । ପ୍ରଥମେ ସେ ସିଙ୍ଗଲ ମଦର ହେବେ ବୋଲି ଆଲୋଚନା ହେଉଥିଲା । ଏଥିରେବି ନୁସରତ କୁଆଡେ ଏକମତ ବୋଲି ଶୁଣିବାକୁ ମିଳିଲା । ଆଉ ଏବେ ପୁଅର ନାଁକୁ ନେଇ ସେ ପୁଣି ଚର୍ଚ୍ଚାକୁ ଆସିଯାଇଛନ୍ତି । ନୁସରତ ତାଙ୍କ ପୁଅର ନାଁ ରଖିଛନ୍ତି ‘ଇସାନ’ । ଯାହାକୁ ନେଇ ଏବେ ସେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି । କେତେଜଣ ୟୁଜର୍ସ ପୁଅ ଅଭିନେତା ୟଶ ଦାସଗୁପ୍ତାଙ୍କର ବୋଲି କହୁଛନ୍ତି । କାରଣ ୟଶଙ୍କ ନାଁ ସହ ପୁଅର ନାଁ ମିଶୁଛି । ଏହାସହ ପୁଅ ଜନ୍ମ ସମୟରେ ହସ୍ପିଟାଲରେ ରାତିଦିନ ୟଶ ହିଁ ନୁସରତଙ୍କ ସହ ଥିଲେ । ଆଉ ପୁଅଜନ୍ମ ପରେ ସର୍ବପ୍ରଥମେ ୟଶ ହିଁ ଏହି ଖବର ଦେଇଥିଲେ । ଆଉ କହିଥିଲେ ମା’ ଓ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ପୁଅଜନ୍ମ ପୂର୍ବରୁ ବି ନୁସରତଙ୍କୁ ଅଧିକାଂଶ ସମୟ ୟଶଙ୍କ ସହ ଦେଖିବାକୁ ମିଳୁଥିଲା । ଉଭୟଙ୍କ ମିଳାମିଶା ସୋସିଆଲ ମିଡିଆରେ ବି ଭାଇରାଲ ହୋଇଛି । ସ୍ୱାମୀ ନିଖିଲ ଜୈନଙ୍କଠାରୁ ନୁସରତ ଅଲଗା ହୋଇଯାଇଥିବା କଥା ପୂର୍ବରୁ କହି ସାରିଥିଲେ । ୨୦୧୯ରେ ସେ ନିିଖିଲଙ୍କୁ ତୁର୍କିରେ ବିବାହ କରିଥିବା ବେଳେ ଏହି ବିବାହ ଭାରତରେ ଆଇନ ସମ୍ମତ ନୁହେଁ ଓ ଉଭୟ ଅଲଗା ହୋଇଯାଇଥିବା ନୁସରତ କହିଥିଲେ । ଏମିତିକି ନିଖିଲ ମଧ୍ୟ ନୁସରତଙ୍କ ପିଲାର ପିତା ନୁହଁନ୍ତି ବୋଲି ପୂର୍ବରୁ କହିଥିଲେ । ଏବେ ନୁସରତ ଓ ୟଶଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ପୁଣି ବଢିଯାଇଛି । କାରଣ ନୁସରତ କହିଛନ୍ତି ସେ ନିଖିଲଙ୍କ ସହ ରିଲେଶନସଶିପରେ ଥିଲେ । ତେଣୁ ଏବେ ସେ ପିଲାର ପିତାଙ୍କ ନାଁ ଦେବାକୁ ଚାହୁଁ ନାହାଁନ୍ତି ଓ ସିଙ୍ଗଲ ମଦର ହେବାକୁ ଚାହୁଁଛନ୍ତି ।

Share