ୟଶଙ୍କୁ ପରିବାର କହିଲେ ନୁସରତ

କୋଲକାତା: ତୃଣମୂଳ କଂଗ୍ରେସ ଏମ୍‌ପି ତଥା ଅଭିନେତ୍ରୀ ନୁସରତ ଜାହାଁ ଅଭିନୟ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କ ବିବାହ ଠାରୁ ଆରମ୍ଭ କରି ନିଖିଲ ଜୈନଙ୍କଠାରୁ ଅଲଗା ରହିବା, ମା ହେବା ଏବଂ ପରେ ୟଶ ଦାସଗୁପ୍ତାଙ୍କ ସହ ସମ୍ପର୍କ ବିଷୟରେ ପ୍ରକାଶ କରି ଚର୍ଚ୍ଚାକୁ ଆସିଥିଲେ।

ୟଶ ବଙ୍ଗଳା ଫିଲ୍ମର ଜଣେ ଜଣାଶୁଣା କଳାକାର। ନୁସରତ ଏବଂ ୟଶ ସମ୍ପର୍କକୁ ସବୁବେଳେ ଖୋଲାଖୋଲି ପ୍ରକାଶ କରି ଆସିଛନ୍ତି। ବର୍ତ୍ତମାନ ନୁସରତ ୟଶଙ୍କୁ ତାଙ୍କ ପରିବାର ବୋଲି କହିଛନ୍ତି।

୨୦୧୯ରେ ତୁର୍କୀରେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ ନୁସରତ। ଏହା ପରେ କୋଲକାତାରେ ବିବାହ ରିସେପଶନ ପାର୍ଟି ଦେଇଥିଲେ। ସେମାନଙ୍କ ବୈବାହିକ ଜୀବନରେ ଝଡ଼ ଉଠିଥିଲା। ଫଳରେ ଦୁଇଜଣ କେବେ ବି ସୋସିଆଲ ମିଡିଆରେ ଆଉ ଫଟୋ ଶେୟାର କଲେ ନାହିଁ।

ନୁସରତ ସ୍ବାମୀ ନିଖିଲଙ୍କ ଠାରୁ ଅଲଗା ହେବା ପରେ ଗର୍ଭବତୀ ହେବା ଖବର ଆସିଥିଲା। ପରେ ୟଶ ତାଙ୍କ ସନ୍ତାନର ପିତା ବୋଲି କହିଥିଲେ ନୁସରତ। ଏକ ଶୋ’ରେ ଏକାଠି ଦେଖାଯିବା ପରେ ଦୁହେଁ ନିଜ ସମ୍ପର୍କକୁ ଅଫିସିଆଲ କରିଥିଲେ। ଏବେ ଏକ ସାକ୍ଷାତକାରରେ ୟଶଙ୍କୁ ନିଜ ପରିବାର ବୋଲି ପୁଣି ଥରେ କହି ଚର୍ଚ୍ଚାକୁ ଆସିଛନ୍ତି ନୁସରତ।

Share