ଭାଜପା ନେତା ୟଶଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ନୁସରତ! କିଛି ଏଭଳି…

କୋଲକାତା: କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ବଙ୍ଗାଳୀ ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ। ଏବେ ସେ ଦ୍ୱିତୀୟ ବିବାହ କରିସାରିଥିବା କୁହାଯାଉଛି। ଅଭିନେତା ତଥା ଭାଜପା ନେତା ୟଶ ଦାଶଗୁପ୍ତାଙ୍କୁ ବିବାହ କରିଛନ୍ତି ସେ। ନିକଟରେ ୟଶଙ୍କ ଜନ୍ମଦିନରେ ନୁସରତ କିଛି ଫଟୋ ଶେୟାର କରିବା ପରେ ଏ ନେଇ ଆଲୋଚନା ବଢ଼ିବାରେ ଲାଗିଛି।

ନୁସରତ ସ୍ବାମୀଙ୍କ ଜନ୍ମଦିନକୁ ଖାସ କରିବା ଲାଗି ଅନେକ କିଛି କରିଥିଲେ। ଏହାର କିଛି ଫଟୋ ସେ ନିଜର ଷ୍ଟୋରୀରେ ରଖିଥିଲେ। ସେଥିରୁ ଗୋଟିଏରେ ଜନ୍ମଦିନର କେକ୍‌ ଥିବା ବେଳେ ଦ୍ୱିତୀୟଟିରେ ୟଶଙ୍କ ସହ ସେ ବସିଥିବା ନଜର ଆସିଥିଲା। ତେବେ କେକ୍‌ରେ ,ଓ୍ବାଇଡି, ହଜବ୍ୟାଣ୍ଡ, ହାପି ବର୍ଥ ଡେ’ବୋଲି ଲେଖାଯାଇଥିଲା। ଉଭୟଙ୍କ ଫଟୋରେ ‘ହାପି ବର୍ଥ ଡେ’ ମାଇ ଲଭ୍‌’ ବୋଲି ସେ ଲେଖିଥିଲେ। ଫଟୋଗୁଡ଼ିକ ଭାଇରାଲ ହେବା ପରେ ନୁସରତ ୟଶଙ୍କୁ ବିବାହ କରିନେଇଥିବା ଏବଂ ନିଜ ପିଲାର ବାପାଙ୍କୁ ନେଇ ସେ ଖୁଲାସା କରିଥିବା ଚର୍ଚ୍ଚା ହେଉଛି।

କହିରଖୁଛୁ, ୨୦୧୯ ଜୁନ ୧୯ରେ କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ ନୁସରତ। ତୁର୍କି ସହରର ସ୍ତାନବୁଲରେ ଉଭୟ ହିନ୍ଦୁ ଏବଂ ଖ୍ରିଷ୍ଟିଆନ ରୀତିନୀତିରେ ବିବାହ କରିଥିଲେ। ମାତ୍ର ବିବାହର ଦେଢ଼ ମାସ ପରେ ସେମାନେ ହନିମୁନ୍‌ରେ ଯାଇଥିଲେ। ପରେ ନୁସରତ ବିବାହକୁ ଅବୈଧ ବୋଲି କହିଥିଲେ। ହେଲେ କିଛି ଦିନ ପରେ ସେ ମା’ ହେବାକୁ ଯାଉଥିବା ଜଣାପଡ଼ିଥିଲା। ଏଣୁ ପିଲାର ବାପା କିଏ ବୋଲି ନୁସରତ ସମାଲୋଚିତ ହେଉଥିଲେ।

Share