ପୁଅର ପିତାଙ୍କ ନାଁ ରଖିବେନି ନୁସରତ, ହେବେ ସିଙ୍ଗଲ ମଦର!

କୋଲକାତା: ବେଙ୍ଗଲି ଆକ୍ଟ୍ରେସ ତଥା ତ୍ରୁଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ ଏବେ ଖୁବ୍ ଚର୍ଚ୍ଚାରେ । ଦୁଇଦିନ ହେବ ସେ ପୁତ୍ର ସନ୍ତାନର ଜନନି ହୋଇଛନ୍ତି । ହେଲେ ଏବେ ସେ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ରହୁଥିବାରୁ ଏବେ ସେ ତାଙ୍କ ପୁଅକୁ ପିତାର ପରିଚୟ ଦେବେ କି ନା ତାକୁ ନେଇ ଚାଲିଛି ଚର୍ଚ୍ଚା । ନୁସରତ ହୁଏତ ସିଙ୍ଗଲ ମଦର ହୋଇ ପାରନ୍ତି । ଏହାକୁ ନେଇ କୋଲକାତାର ମହିଳା ସଙ୍ଗଠନ ନୁସରତଙ୍କୁ ସପୋର୍ଟ କରୁଛି । ସେମାନଙ୍କ ମତ ହେଲା ସିଙ୍ଗଲ ମଦର ହେବାରେ କୌଣସି ଅସୁବିଧା ନାହିଁ । ଏହା ଏକ ଭିନ୍ନ ପରିଚୟ । ତେଣୁ ନୁସରତ ସିଙ୍ଗଲ ମଦର ହୁଅନ୍ତୁ । କିନ୍ତୁ ଏହାକୁ ନେଇ ନୁସରତ ଏବେ ପର୍ଯ୍ୟନ୍ତ କିଛି କହି ନାହାନ୍ତି । କିନ୍ତୁ ସେ ସିଙ୍ଗଲ ମଦର ରହିବେ ବୋଲି କୁଆଡେ ନିଷ୍ପତ୍ତି ନେଇ ସାରିଛନ୍ତି ବୋଲି ଶୁଣିବାକୁ ମିଳିଛି । ଏହା ତାଙ୍କର ପରିସ୍ଥିତି ପାଇଁ ହେଉ ବା ତାଙ୍କ ଇଚ୍ଛାରେ ସେ ସିଙ୍ଗଲ ମଦର ରହିବାକୁ ଚାହୁଁଛନ୍ତି ।

Share