ଇସ୍ରାଏଲ୍‌ରୁ ସୁରକ୍ଷିତ ଭାବେ ଘରକୁ ଫେରୁଛନ୍ତି ନୁଶ୍‌ରତ

ମୁମ୍ବାଇ: ଇସ୍ରାଏଲ୍‌ ଉପରେ ହମାସ୍‌ ଆତଙ୍କବାଦୀ ଆକ୍ରମଣ କରିବାରୁ ଅନେକ ଲୋକ ମୃତାହତ ହୋଇଛନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଇସ୍ରାଏଲରେ ଫସି ରହିଥିବା ବଲିଉଡ୍‌ ଅଭିନେତ୍ରୀ ନୁଶ୍‌ରତ ଭାରୁଚା ଇସ୍ରାଏଲ୍‌ ଛାଡ଼ିଛନ୍ତି। ଖୁବ୍‌ଶୀଘ୍ର ସେ ଭାରତରେ ପହଞ୍ଚିବେ ବୋଲି ତାଙ୍କ ମା’ ତସ୍‌ନିମ୍‌ କହିଛନ୍ତି। ସେ କହିଛନ୍ତି, ତାଙ୍କ ଝିଅ ସୁରକ୍ଷିତ ଅଛନ୍ତି।

ରବିବାର ପିଟିଆଇ ସୂତ୍ରରୁ ପ୍ରକାଶ ଯେ, ଇସ୍ରାଏଲ୍‌ରୁ ନୁଶ୍‌ରତଙ୍କୁ ଛଡ଼ାଯିବା ଖବର ପ୍ରକାଶ ପାଇବା ପରେ ତାଙ୍କ ପ୍ରକାଶକ ଏହାକୁ ଶେୟାର କରିଛନ୍ତି। ସେ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ହାଇଫା ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଯୋଗଦେବା ପାଇଁ ଇସ୍ରାଏଲ ଯାଇଥିଲେ। ପିଟିଆଇ ରିପୋର୍ଟ କରିଛି, ‘ଆମେ ଶେଷରେ ନୁଶ୍‌ରତଙ୍କ ସହ ଯୋଗାଯୋଗ କରିବାରେ ସଫଳ ହୋଇଛୁ ଏବଂ ଦୂତାବାସ ସହାୟତାରେ ତାଙ୍କୁ ନିରାପଦରେ ଘରକୁ ଫେରାଇ ଅଣାଯାଉଛି। ସେ ବର୍ତ୍ତମାନ ବିମାନ ଯୋଗେ ଆସୁଛନ୍ତି। ଖୁବ୍‌ଶୀଘ୍ର ଭାରତରେ ପହଞ୍ଚିବେ।

Share