Advertisement

ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ମନୋନୀତ ହେଲେ ନୁସରତ୍‌

ମୁମ୍ବାଇ: ଏସିଆନ କଣ୍ଟେଟ୍‌ ଆଓ୍ବାର୍ଡ ପାଇଁ ଚର୍ଚ୍ଚିତ ନୁସରତ୍‌ ଭରୁଚାଙ୍କୁ ମନୋନୀତ କରାଯାଇଛି। ସେ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତ୍ରୀ ଯିଏକି ଏହି ସମ୍ମାନ ପାଇବେ। ନେଟ୍‌ଫ୍ଲିକ୍ସରେ ‘ଅଜବ ଦାସ୍ତାନ’ ନାମକ ଏକ ଆନ୍ଥୋଲୋଜି ଟେଲିକାଷ୍ଟ ହୋଇଥିଲା। ଏହାର ଅଧୀନରେ ‘ଖିଲୌଜା’ନାମକ ଏକ ଫିଲ୍ମ ମଧ୍ୟ ନିର୍ମାଣ କରାଯାଇଥିଲା। ଫିଲ୍ମରେ ମୁଖ୍ୟ ଚରିତ୍ରରେ ଥିଲେ ନୁସରତ୍‌। ଏହି ଚରିତ୍ର ପାଇଁ ତାଙ୍କୁ ସମ୍ମାନ ମିଳିଛି। ଏହାପୂର୍ବରୁ କୌଣସି ଭାରତୀୟ ଅଭିନେତ୍ରୀ ଏହି ସମ୍ମାନ ପାଇନାହାନ୍ତି।
ନୁସରତ୍‌ ନିଜେ ଏହି ବିଷୟରେ ଇନଷ୍ଟାଗ୍ରାମ ଏବଂ ଟୁଇଟରରେ ସୂଚନା ଦେଇଛନ୍ତି। ବିଭିନ୍ନ ଦେଶର ପ୍ରତିଭାବାନ କଳାକାରଙ୍କ ମଧ୍ୟରେ ତାଙ୍କୁ ଚୟନ କରାଯାଇଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share