ପୁଷ୍ଟିକର ଖାଦ୍ୟଯୋଗାଣ ବନ୍ଦ ହେବା ଆଶଙ୍କା

ବାରିପଦା ଅଫିସ, ୫।୫: ସମନ୍ବିତ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପ୍ରଦତ୍ତ ପୁଷ୍ଟିକର ଖାଦ୍ୟର ଦରବୃଦ୍ଧି ପାଇଁ ପ୍ରସ୍ତୁତକାରୀ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ଏକ ନକଲ ଡିଏସ୍‌ଡବ୍ଳ୍ୟୁଓଙ୍କୁ ପ୍ରଦାନ କରାଯାଇଥିଲେ ହେଁ ଅଦ୍ୟାବଧି ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଯୋଗାଣକାରୀ ସଂସ୍ଥାର ମହିଳାମାନେ କ୍ଷତି ସହୁଥିବାରୁ ଋଣ ବୋଝରୁ ମୁକ୍ତି ପାଇବା ପାଇଁ ଏଥିରୁ ମୁହଁ ଫେରାଇ ନେବାକୁ ବସିଛନ୍ତି। ମହଙ୍ଗା ମାଡ଼କୁ ନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରା ନ ଗଲେ ଅଗାମୀ ଦିନରେ ଅଙ୍ଗନଓ୍ବାଡି କେନ୍ଦ୍ରକୁ ପୁଷ୍ଟିକର ଖାଦ୍ୟ ଯୋଗାଣ ବନ୍ଦ ଆଶଙ୍କା ଉପୁଜିଛି।
ମୟୂରଭଞ୍ଜ ଜିଲାରେ ଥିବା ୫, ୧୫୩ ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆରେ ଗର୍ଭବତୀ, ପ୍ରସୂତି ଏବଂ ୬ମାସରୁ ୩ବର୍ଷର ଶିଶୁଙ୍କୁ ପୁଷ୍ଟିକର ଆହାର ଯୋଗାଇ ଦିଆଯାଉଛି। ଏଥିରେ ୧୮,୬୬୫ ଗର୍ଭବତୀ, ୨୦,୬୭୯ ପ୍ରସୂତି ଏବଂ ୧ଲକ୍ଷ ୧ହଜାର ୩୦୫ଜଣ ଶିଶୁଙ୍କୁ ମିଶାଇ ମୋଟ ୧ଲକ୍ଷ ୪୦ହଜାର ୬୪୯ଜଣ ଉପକୃତ ହେଉଛନ୍ତି। ୫୫ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ଛତୁଆ, ଚିନି, ସୁଜି ବେସନ ହାଲୁଆ ଓ ଅଟା ବେସନ ଲଡୁ ସମସ୍ତ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଧାର୍ଯ୍ୟ ପରିମାଣ ଅନୁସାରେ ଯୋଗାଇ ଦେଉଛନ୍ତି। ତେବେ ୪ବର୍ଷର ପୂର୍ବଧାର୍ଯ୍ୟକୁ ନେଇ ସାମଗ୍ରୀଗୁଡିକ ଯୋଗାଣ କରାଯାଉଥିଲେ ହେଁ ବଜାର ଦରଦାମ୍‌ ବୃଦ୍ଧି ପାଇଁଁ ଅଦ୍ୟାବଧି ସମସ୍ତେ କ୍ଷତି ସହି ସାମଗ୍ରୀ ଯୋଗାଉଛନ୍ତି। ରନ୍ଧନ, ବିଦ୍ୟୁତ୍‌ ବିଲ୍‌, ଡିଜେଲ, ପେଟ୍ରୋଲ ଆଦିର ଦରଦାମ୍‌ ବୃଦ୍ଧି ହେବାରୁ ଆବଶ୍ୟକ କଞ୍ଚାମାଲ ଦର ଆକାଶଛୁଆଁ ହୋଇଯାଇଛି। ଏପରିସ୍ଥଳେ ବ୍ୟାଙ୍କ ଋଣ କିସ୍ତି ଠିକ୍‌ ସମୟରେ ଦେଇ ନ ପାରି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସୁକାନ୍ତି ନାଏକ, ଗୁରୁବାରୀ ମହାନ୍ତ ଓ ଜ୍ୟୋତ୍ସ୍ନା ମହାନ୍ତ କହିଛନ୍ତି। ସେହିପରି ବର୍ଦ୍ଧିତ କଞ୍ଚାମାଲ କ୍ରୟଠାରୁ ଆରମ୍ଭ କରି ସାମଗ୍ରୀ ପ୍ରସ୍ତୁତ ପରେ ପ୍ୟାକେଟିଂ କରି ଅଙ୍ଗନଓ୍ବାଡି କେନ୍ଦ୍ରକୁ ବୁଲି ବୁଲି ଯୋଗାଣ କରିବା ପରେ ଏସ୍‌ଏଚ୍‌ଜି ଅନେକ କ୍ଷତି ସହୁଛନ୍ତି। ଏପରିକି ମାସକୁ ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ତ୍ତମାନ ୬୦ରୁ ୮୦ହଜାର ଟଙ୍କା କ୍ଷତି ହେଉଛି ବୋଲି ପ୍ରସ୍ତୁତକାରୀ ସଂସ୍ଥାର ମହିଳାମାନେ ଦାବିରେ ଉଲ୍ଲେଖ କରିଛନ୍ତି। ସେହିପରି ୨ବର୍ଷ ତଳେ ଗର୍ଭବତୀଙ୍କ ପାଇଁ ଉଦ୍ଦିଷ୍ଟ ପ୍ୟାକେଟ ଦର ୧୬୩ ଟଙ୍କା ଥିବା ବେଳେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ରିପୋର୍ଟକୁ ଭିତ୍ତି କରି ୨ବର୍ଷ ପୂର୍ବେ ଡିଏସଡବ୍ଲ୍ୟୁଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ପ୍ୟାକେଟ ଦରରୁ ୬ଟଙ୍କା ଲେଖାଏଁ ହ୍ରାସ କରାଯାଇଛି। ଫଳରେ ଏହାକୁ ନେଇ ସାମଗ୍ରୀ ପ୍ରସ୍ତୁତକାରୀ ଏସ୍‌ଏଚ୍‌ଜି ସଂଘର ସଭାନେତ୍ରୀ ଆରତୀ ପ୍ରତିହାରୀ ଓ ସମ୍ପାଦିକା ରମାମଣୀ ପ୍ରଧାନଙ୍କ ନେତୃତ୍ୱରେ ଏକ ନିବେଦନପତ୍ର ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପ୍ରଦାନ କରିଛନ୍ତି। ଏନେଇ ଡିଏସଡବ୍ଲ୍ୟୁଓ କୁସୁମବାଳା ମିଶ୍ର କହିଛନ୍ତି, ବିଭାଗ ପକ୍ଷରୁ ନିର୍ଦ୍ଦେଶ ନ ଆସିଲେ ଦରବୃଦ୍ଧି ସମ୍ଭବ ନୁହେଁ। ତେବେ ପୁଷ୍ଟିକର ଖାଦ୍ୟର ଦରଦାମ୍‌ ବୃଦ୍ଧି କରା ନ ଗଲେ ଆଗାମୀ ଦିନରେ ଯୋଗାଣ ବାଧାପ୍ରାପ୍ତ ହେବାର ପୂର୍ବାନୁମାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନା’ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ: ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ 

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର୍‌ ଅଞ୍ଚଳରେ ଅବସ୍ଥିତ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଆଖପାଖ ସ୍ଥାନରେ ମହାବଳ ବାଘୁଣୀ ‘ଯମୁନା’କୁ ନେଇ...

ଶିମିଳିପାଳରେ ମହାରାଷ୍ଟ୍ରର ଦ୍ୱିତୀୟ ମହାବଳ ବାଘୁଣୀ

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାରାଷ୍ଟ୍ରର ଅନ୍ୟ ଏକ ମହାବଳ ବାଘୁଣୀ ‘ଗଙ୍ଗା’ ଗୁରୁବାର ରାତିରେ ପହଞ୍ଚତ୍ଛି। ସ୍ବତନ୍ତ୍ର ଟିମ୍‌...

ଶ୍ୱଶୁରର ମତ୍ୟୁ ଖବର କହିବାକୁ ଯାଉଥିଲେ ଜ୍ୱାଇଁ; ବାଟରେ ଚାଲିଗଲା ଜୀବନ

ବାରିପଦା,୧୨।୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାର ପୃଥକ ସ୍ଥାନରେ ସଡକ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ୧୮ନଂ ଜାତୀୟ ରାଜପଥର କୁଳିଅଣା ଥାନା ଅଧୀନ କୁଚେଇ...

ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଯମୁନା

ବାରିପଦା,୯ା୧୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍‌କ୍ଲୋଜରରେ ଥିବା ବାଘୁଣୀ ‘ଯମୁନା’କୁ ଶନିବାର ବନ ବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର କୋର ଘଞ୍ଚ ଜଙ୍ଗଲରେ ଛଡ଼ାଯାଇଛି।...

ଝିଅକୁ ମାରି ଟାଙ୍ଗି ଦେଲେ ଶାଶୁ ଘର ଲୋକେ

ବାରିପଦା,୯।୧୧: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ମାଠିଆଭଙ୍ଗା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ପାରିବାରିକ କଳହକୁ କେନ୍ଦ୍ର କରି ଝିଅକୁ ଶାଶୁଘର...

ଦିନରେ ପେଟ ପାଇଁ ସଂଘର୍ଷ: ରାତିରେ ହାତୀ ସହ ଛକାପଞ୍ଝା

ଉଦଳା,୮ା୧୧(ସନ୍ତୋଷ କୁମାର ବାଚ୍ଛିନୀ): ଦିନରେ ପେଟକୁ ଦାନା ଯୋଗାଡ଼ ପାଇଁ ସଂଘର୍ଷ ଆଉ ରାତି ହେଲେ ନିଜ କଷ୍ଟ ଉପାର୍ଜିତ ଫସଲକୁ ରକ୍ଷା ପାଇଁ ହାତୀ...

ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓଙ୍କୁ ତାଲା:ପିଡିଏସ୍‌ ଚାଉଳ ଓଜନରେ କମ୍‌

ବେତନଟୀ,୬ା୧୧(ଧରଣୀଧର ମହାନ୍ତି):ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ନଡ଼ପୁର ପଞ୍ଚାୟତରେ ମଙ୍ଗଳବାର ପିଡିଏସ୍‌ ଚାଉଳ କମ୍‌ ଦିଆଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ହିତାଧିକାରୀମାନେ...

ପ୍ରାଣ ତ୍ୟାଗ କଲା ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ‘ଯଶୋଦା’

ବାରିପଦା,୪ା୧୧: ଚନ୍ଦକା ସ୍ଥାନାନ୍ତର ହେବା ପରେ ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ତାଲିମପ୍ରାପ୍ତ ହାତୀ ‘ଯଶୋଦା’ ସୋମବାର ସକାଳେ ଓଡ଼ିଶାର ମୟୂରଭଞ୍ଜ ଜିଲାର ଶିମିଳିପାଳ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri