Categories: ବାଣିଜ୍ୟ

ନୁଭୋକୋର ୪ର୍ଥ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ,୧୨।୫: ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୁଭୋକୋର ୪ର୍ଥ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ୨୦୨୩ ମାର୍ଚ୍ଚ ୩୧ରେ ଶେଷ ହୋଇଥିବା ତ୍ରୈମାସିକରେ କମ୍ପାନୀ ମୋଟ ୨୦୧.୦୬ କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ (ପିଏଟି) ହାସଲ କରିଛି। ସେହିଭଳି କମ୍ପାନୀ ପୂର୍ବ ଆର୍ଥିକ ବର୍ଷର ସମାନ ତ୍ରୈମାସିକରେ ୨୯.୧୧ କୋଟି ଟଙ୍କାର ପିଏଟି ପଞ୍ଜୀକୃତ କରିଥିଲା। ଅପରପକ୍ଷରେ କମ୍ପାନୀର ନେଟ୍‌ ସମୁଦାୟ ଆୟ ୨,୯୩୦.୯୬ କୋଟି ଟଙ୍କା ରହିଛି, ଯାହାକି ଗତବର୍ଷ ସମାନ ତ୍ରୈମାସିକରେ ପଞ୍ଜୀକୃତ ହୋଇଥିବା ୨,୯୪୦.୨୬ କୋଟି ଟଙ୍କାଠାରୁ ୦.୩୨% କମ୍‌ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ନୁଭୋକୋ ଭିସ୍ତାସ୍‌ କର୍ପୋରେଶନ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଜୟ କୁମାର କ୍ରିଷ୍ଣାସ୍ବାମୀ କହିଛନ୍ତି, ୨୦୨୨-୨୩ ଆର୍ଥିକବର୍ଷରେ ଆମେ ଆମର ପ୍ରିମିୟମ ଉତ୍ପାଦଗୁଡ଼ିକ ପାଇଁ ବଜାର ଅଂଶକୁ ବଢ଼ାଇ ପାରିଛୁ। ଏପରିକି ବାଣିଜ୍ୟ ପରିମାଣ ଉପରେ ମଧ୍ୟ ୩୬%ର ଅଭିବୃଦ୍ଧି କରିଛୁ। ସେହିଭଳି ଭିୱାନିର ୧.୨ ଏମ୍‌ଟିପିଏ ସିମେଣ୍ଟ କ୍ଷମତା ସମ୍ପ୍ରସାରଣ ଏବଂ ନିମ୍ବୋଲରେ ଡିବଟଲନେକିଙ୍ଗ ସମେତ ଉତ୍ତର ଭାରତରେ ଆମର ବିକାଶ ପ୍ରକଳ୍ପ ଉତ୍ତମ ରୂପେ ଅଗ୍ରଗତି କରୁଛି ଏବଂ ଉକ୍ତ ଅଞ୍ଚଳରେ ଏହା ଆମକୁ ଏକ ଦୃଢ଼ ଉପସ୍ଥିତି ସ୍ଥାପନ କରିବାରେ ସାହାଯ୍ୟ କରିବ।

Share