ନୂଆଦିଲ୍ଲୀ,୩।୩:ନୁଭୋକୋ ଭିସ୍ତାସ୍ କର୍ପୋରେଶନ ଲିଃର ନୂଆ ମାର୍କେଟିଂ କ୍ୟାମ୍ପେନ୍ ନିକଟରେ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀ ଉତ୍ତର ଭାରତ ବଜାର ଉପରେ ଏକ ସ୍ବତନ୍ତ୍ର ଧ୍ୟାନ କେନ୍ଦ୍ରିତ ସହ ଦେଶବ୍ୟାପୀ ଏହାର ନୂଆ ଇଣ୍ଟିଗ୍ରେଟେଡ୍ ମାର୍କେଟିଂ କ୍ୟାମ୍ପେନ୍ ଆରମ୍ଭ କରିଛି। ଉକ୍ତ କ୍ୟାମ୍ପେନ୍ ଡ୍ୟୁରାଗାର୍ଡ ଫ୍ରାଞ୍ଚାଇଜି ସହ ଉପଭୋକ୍ତା ସଂଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖିଛି। ଉକ୍ତ ଫ୍ରାଞ୍ଚାଇଜିରେ ଭାରତର ପ୍ରଥମ ଓ ଏକମାତ୍ର ମାଇକ୍ରୋଫାଇବର ସିମେଣ୍ଟ, ଭଏଡ୍ ରିଡକ୍ସନ ଟେକ୍ନୋଲୋଜି ସିମେଣ୍ଟ, ସୁପର୍ସେଟ୍ ଟେକ୍ନୋଲୋଜି ସିମେଣ୍ଟ ଓ ଫାଉଣ୍ଡେଶନ ଟୁ ଫିନିଶ୍ ସିମେଣ୍ଟ ସାମିଲ ରହିଛି।
ଏ ସମ୍ପର୍କରେ ନୁଭୋକୋର ଷ୍ଟ୍ରାଟେଜି ଆଣ୍ଡ ମାର୍କେଟିଂ ବିଭାଗର ମୁଖ୍ୟ ଅଧିକାରୀ ମଧୁମିତା ବାସୁ କହିଛନ୍ତି, ଆମର ପ୍ରତିବଦ୍ଧତା ସବୁବେଳେ ଉନ୍ନତ ଅନୁସନ୍ଧାନ ଓ ଉଦ୍ଭାବନ ଦ୍ୱାରା ସମର୍ଥିତ ରହିଛି। ଏପରିକି ନୂତନ ଓ ସ୍ଥାୟୀ ଉପତ୍ାଦଗୁଡ଼ିକର ପୋର୍ଟଫୋଲିଓ ନିର୍ମାଣ ଦିଗରେ ମଧ୍ୟ କମ୍ପାନୀ କାର୍ଯ୍ୟ କରି ଆସିଛି।