ଚର୍ଚ୍ଚାରେ ନ୍ୟୁୟର୍କ ରାଜ୍ୟପାଳଙ୍କ ଦୀପାବଳି ବୟାନ, ସମସ୍ତେ କରୁଛନ୍ତି ପ୍ରଶଂସା

ନ୍ୟୁୟର୍କ,୧୩ ।୧୦: ଆମେରିକା ନ୍ୟୁୟର୍କର ରାଜ୍ୟପାଳ କୈଥି ହୋଚୁଲ ଦୀପାବଳିକୁ ନେଇ ଯାହା କହିଛନ୍ତି ତାହା ଆପଣ ବି ଶୁଣିଲେ ତାଙ୍କୁ ପ୍ରଶଂସା ନ କରି ରହିପାରିବେ ନାହିଁ । ସେ ଦୀପାବଳୀର ବାର୍ତ୍ତାରେ କହିଛନ୍ତି ବର୍ତ୍ତମାନ ସମୟ ପାଇଁ ଦୀପାବଳି ଆମ ପାଇଁ ବଡ ଶିକ୍ଷା । ଆଜି ବିଭାଜନ ଓ ଧ୍ରୁବିକରଣ ସମୟରେ ଅନ୍ଧାର ଉପରେ ଆଲୋକ ଓ ସଂଘର୍ଷ ଉପରେ ଶାନ୍ତିର ବିଜୟ ବାର୍ତ୍ତା ଲୋକଙ୍କୁ ମନେପକାଉଛି ଯେ, ଏକତାହିଁ ବାସ୍ତବରେ ବଡ ଶକ୍ତି । ମଙ୍ଗଳବାର ନ୍ୟୁୟର୍କରେ ଆୟୋଜିତ ଏକ ଦିୱାଲି ଉତ୍ସବରେ ଯୋଗଦେଇ କହିଛନ୍ତି ଦୀପାବଳୀ ଏକତା, ଆଲୋକ ଓ ସମୃଦ୍ଧିର ବାର୍ତ୍ତା ଦେଇଥାଏ । ସମସ୍ତେ ଜାଣନ୍ତି ବିବିଧତା ବାସ୍ତବରେ ଆମର ସବୁଠାରୁ ବଡ ଶକ୍ତି । ତେଣୁ ମୁଁ ଆମର ଦକ୍ଷିଣ-ଏସିଆ, ଇଣ୍ଡୋ-କାରିବିୟାନ ସମ୍ପ୍ରଦାୟ, ଆମର ହିନ୍ଦୁ, ଶିଖ, ଜୈନ ଓ ବୌଦ୍ଧ ନ୍ୟୁୟର୍କର ଲୋକଙ୍କ ସହ ଦୀପାବଳି ପାଳନ କରୁଛନ୍ତି । ହୋଚୁଲ କହିଛନ୍ତି ଏବେ ସମୟ ଆମେ ସମସ୍ତେ ଏକାଠି ହେବାର । ଏବେ ହୋଚୁଲଙ୍କର ଏହି ଦୀପାବଳି ବାର୍ତ୍ତା ଶୁଣିବା ପରେ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି ।

Share