ସୋସିଆଲ ମିଡିଆରେ ପ୍ରତ୍ୟେହ ଭଳିକି ଭଳି ଭିଡିଓ ଭାଇରାଲ ହୋଇଥାଏ। ବିଶେଷକରି ମେକ୍ଅପ୍ ସହାୟତାରେ ସୁନ୍ଦରୀ ଯୁବତୀ ଦେଖାଯିବାର ଭିଡିଓକୁ ଦର୍ଶକେ ବେଶ ପସନ୍ଦ କରିଥାନ୍ତି। ଏହି କ୍ରମରେ ୨୦୨୩ରେ ମେକଅପ୍ କରୁଥିବା ଜଣେ ଯୁବତୀଙ୍କ ଭିଡିଓ ସର୍ବାଧିକ ଥର ଦେଖାଯିବାର ରେକର୍ଡ କରିଛି।
ନିକଟରେ ଟିକ୍ଟକ୍ରେ ସର୍ବାଧିକ ଥର ଦେଖାଯାଇଥିବା ଭିଡିଓର ଡାଟା ଜାରି କରାଯାଇଥିଲା। ତଦନୁଯାୟୀ ଇନ୍ଫ୍ଲୁଏନ୍ସର ଏବଂ ମଡେଲ ନ୍ୟାଡୋଲୀ ଡେଙ୍ଗଙ୍କ ମେକ୍ଅପ୍ ଟ୍ୟୁଟୋରିଆଲକୁ ଅଧିକ ଥର ଦେଖାଯାଇଛି। ମାର୍ଚ୍ଚରେ ଅପଲୋଡ ହେବା ପରଠାରୁ ଏହା ଏଯାବତ ୫୦ କୋଟିରୁ ଅଧିକ ଥର ଦେଖାଯାଇ ସାରିଲାଣି।
ସେହିଭଳି ନ୍ୟାଡୋଲୀ ନିଜର ଇନ୍ଷ୍ଟାଗ୍ରାମରେ ଭିଡିଓକୁ ମାର୍ଚ୍ଚ ୮ରେ ଶେୟାର କରିଥିଲେ। ଭିଡିଓ ଅପଲୋଡ ହେବା ପରେ ଏହା ଚର୍ଚ୍ଚାରେ ରହିଥିଲା। ୬୫ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିଲେ। ସେହିଭଳି ହଜାର ହଜାର ସଂଖ୍ୟାରେ ଲୋକ କମେଣ୍ଟ ଦେଇଥିଲେ।
ଦେଖନ୍ତୁ ଭିଡିଓ: