Categories: ବାଣିଜ୍ୟ

ନାଏକାର ପିଙ୍କ୍‌ ସମର ସେଲ୍‌

ନୂଆଦିଲ୍ଲୀ,୭।୫: ଦେଶର ପ୍ରମୁଖ ଅନ୍‌ଲାଇନ ମଲ୍ଟି ବ୍ରାଣ୍ଡ୍‌ ନାଏକା ଫ୍ୟାଶନ ପକ୍ଷରୁ ପ୍ରଥମ ଥର ପାଇଁ ଏକ ଅଭିନବ ସେଲ୍‌ ‘ପିଙ୍କ୍‌ ସମର ସେଲ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହି ସେଲ୍‌ ଜରିଆରେ ଗ୍ରାହକମାନେ ୫ ଲକ୍ଷରୁ ଅଧିକ ଷ୍ଟାଇଲ୍‌ ଓ ୨୫୦୦ରୁ ଅଧିକ ଷ୍ଟାଇଲିଶ ବ୍ରାଣ୍ଡ୍‌ ମଧ୍ୟରୁ ପସନ୍ଦର ଜିନିଷ ଚୟନ କରିବା ସହ ୮୦% ପର୍ଯ୍ୟନ୍ତ ରିହାତି ମଧ୍ୟ ପାଇପାରିବେ। ଏପରିକି ପ୍ରଥମ ଥର ଶପିଙ୍ଗ୍‌ କରୁଥିବା ଗ୍ରାହକମାନଙ୍କୁ ୨୦୦ ଟଙ୍କାର ରିହାତି ମିଳିବ। ସେହିଭଳି ଗ୍ରାହକମାନଙ୍କ ଲାଗି ସକାଳ ୯ ଟାରେ ମେଗା ମର୍ନିଂ ଅଫର, ଅପରାହ୍ନ ୧ଟାରେ ମିଡ୍‌-ଡେ ପ୍ରାଇସ୍‌ ଡ୍ରପ୍‌ ଏବଂ ସନ୍ଧ୍ୟା ୬ଟାରେ ଲାଇଟିନିଂ ପ୍ଲସ୍‌ ଡିଲ୍‌ ଓ ରାତି ୧୦ଟାରେ ମିଡ୍‌ନାଇଟ୍‌ ବୋନାଞ୍ଜା ଅଫରର ସୁବିଧା ଦିଆଯାଉଛି। ଏହି ସେଲ୍‌ରେ ପୋଷାକ, ଫୁଟ୍‌ଓୟାର, ଆସେସୋରିଜ, ଲ୍ୟୁକ୍ସ, ପ୍ରଯୁକ୍ତି ଆଦିରେ ପ୍ରମୁଖ ବ୍ରାଣ୍ଡ୍‌ ଅନ୍ତଭୁର୍କ୍ତ ରହିଛି। ସେହିପରି ବ୍ରାଣ୍ଡ୍‌ର ଗ୍ଲୋବାଲ ଷ୍ଟୋରରୁ ମହିଳା, ପୁରୁଷ ଓ ଶିଶୁଙ୍କ ପାଇଁ ବ୍ୟାପକ ଜିନିଷ କିଣିହେବ।

Share