Categories: ଖେଳ

ନ୍ୟୁଜିଲାଣ୍ଡରେ ଟ୍ରେନିଂ ପାଇଁ ଅନୁମତି ପାଇଲା ନାହିଁ ପାକିସ୍ତାନ

ଓ୍ବେଲିଂଟନ,୪।୧୨: ନ୍ୟୁଜିଲାଣ୍ଡ ଗସ୍ତ କରିଥିବା ପାକିସ୍ତାନ କ୍ରିକେଟ ଦଳକୁ ଟ୍ରେନିଂ ପାଇଁ ଅନୁମତି ମିଳି ନାହିଁ। ଦଳର ୮ଜଣ ସଦସ୍ୟ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ଜଣାପଡ଼ିବା ପରେ ପୂରା ଦଳକୁ ଟ୍ରେନିଂ ଲାଗି ମନା କରାଯାଇଛି। ପୂର୍ବରୁ ଭ୍ରମଣକାରୀ ଦଳ ପାଇଁ ଆଇସୋଲେଶନ ନିୟମରେ କୋହଳ କରାଯାଇଥିଲା। ପଜେଟିଭ୍‌ ଖେଳାଳିଙ୍କୁ ଏବେ କ୍ୱାରାଣ୍ଟାଇନରେ ରଖାଯାଇଛି।

ଆସନ୍ତା ୧୮ ତାରିଖରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ। ଏହାପରେ ୨୬ ତାରିଖରୁ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ନିୟମ ଉଲ୍ଲଂଘନ କରିଥିବାରୁ ପାକିସ୍ତାନକୁ ତାଗିଦ୍‌ କରାଯାଇଛି। ଆଉଥରେ ନିୟମ ଉଲ୍ଲଂଘନ କଲେ ପାକିସ୍ତାନ ଦଳକୁ ନ୍ୟୁଜିଲାଣ୍ଡରୁ ବାହାର କରିଦିଆ ଯାଇପାରେ। ପାକ୍‌ ଦଳର ଖେଳାଳିମାନେ ଆଇସୋଲେଶନରେ ରହିବାର ପ୍ରଥମ, ତୃତୀୟ ଓ ଷଷ୍ଠ ଦିନରେ ଟେଷ୍ଟର ସମ୍ମୁଖୀନ ହୋଇଥିଲେ। ଉଲ୍ଲେଖଥାଉକି, ଲାହୋର ଛାଡିବା ପୂର୍ବରୁ ଦଳର ସାମିଲ ଥିବା ୫୩ ଜଣ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ୍‌ ଥିଲା।

Share