Categories: ଖେଳ

ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଲା ନ୍ୟୁଜିଲ୍ୟାଣ୍ଡ, ୫ ଉଇକେଟ୍‌ରେ ଶ୍ରୀଲଙ୍କାକୁ କଲା ପରାସ୍ତ

ଚେନ୍ନାଇ,୯।୧୧: ବିଶ୍ୱକପର ୪୧ ତମ ମ୍ୟାଚ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗୁରୁବାର ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯାଇଛି। ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ୫ ଉଇକେଟ୍‌ରେ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ୨୩.୨ ଓଭରରେ ୫ ଉଇକେଟ୍‌ ହରାଇ ନ୍ୟୁଜିଲ୍ୟାଣ୍ଡ ୧୭୨ ରନ ଲକ୍ଷ୍ୟ ହାସଲ କରିଛି। ବିଶ୍ୱକପର ଏହା ହେଉଛି ନ୍ୟୁଜିଲ୍ୟାଣ୍ଡର ପଞ୍ଚମ ବିଜୟ। ନ୍ୟୁଜିଲ୍ୟାଣ୍ଡର ନେଟ ରନ ହାର ବହୁତ ଭଲ ରହିଛି। ଯଦିଓ ଶେଷ ମ୍ୟାଚରେ ପାକିସ୍ତାନ କିମ୍ବା ଆଫଗାନିସ୍ତାନ ଜିତନ୍ତି, ତେବେ ନେଟ ରନ ହାର ଦୃଷ୍ଟିରୁ ନ୍ୟୁଜିଲ୍ୟାଣ୍ଡକୁ ଅତିକ୍ରମ କରିବା ଅସମ୍ଭବ ଅଟେ। ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଭାରତ ସହ ମୁକାବିଲା କରିବ ବୋଲି କୁହାଯାଉଛି।

Share