ମଙ୍ଗଳବାର ବ୍ରତ ରଖିବାର ସ୍ବତନ୍ତ୍ର ବିଧି ରହିଛି। ଶ୍ରୀହନୁମାନଙ୍କର ଆରାଧନା କରିବା ଦ୍ୱାରା ଭୟ, ରୋଗ, ଶୋକ ଦୂର ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା ରହିଛି। ତେବେ ଏହି ପୂଜା କରିବା ପାଇଁ କେଉଁ ବିଧି ଉପରେ ଧ୍ୟାନ ଦେବେ ଜାଣନ୍ତୁ ସେ ସମ୍ପର୍କରେ…
ମଙ୍ଗଳବାର ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟା ତ୍ୟାଗ କରି ସ୍ନାନ ଆଦି ନିତ୍ୟକର୍ମ ସାରି ସ୍ବଚ୍ଛ ହୁଅନ୍ତୁ। ଏହି ଦିନ ନାଲିରଙ୍ଗର ବସ୍ତ୍ର ପିନ୍ଧିଲେ ଶୁଭଫଳ ମିଳିଥାଏ। ଏଥିସହ ହନୁମାନଙ୍କୁ ନାଲିଫୁଲ ଓ ସିନ୍ଦୂର ଆଦି ଅର୍ପଣ କରନ୍ତୁ। ଶ୍ରଦ୍ଧାପୂର୍ବକ ହନୁମାନଙ୍କ ଉଦ୍ଦେଶ୍ୟରେ ଦୀପ ଜଳାଇ ହନୁମାନ ଚାଳିଶା କିମ୍ବା ସୁନ୍ଦରାକାଣ୍ଡ ପାଠ କରନ୍ତୁ। ସଂଧ୍ୟାରେ ବେସନ ଲଡ଼ୁ କିମ୍ବା ଖିରି ଭୋଗକରି ପ୍ରସାଦ ସେବନ କରନ୍ତୁ। ଧ୍ୟାନ ରଖନ୍ତୁ, ମଙ୍ଗଳବାର ବ୍ରତ କରୁଥିବା ବ୍ୟକ୍ତି ଏହି ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବା ଜରୁରୀ। ଏହି ବ୍ରତ ସତ୍ୟ ଓ ନିଷ୍ଠାର ସହ କଲେ ଶନିଙ୍କ କୋପରୁ ରକ୍ଷା ମିଳିଥାଏ ବୋଲି ପୌରାଣିକ ମତ ରହିଛି।