ସହକାରୀ ଜିଲା ଶ୍ରମ ଅଧିକାରୀରୁ ଓଏଏସ୍‌: ଏଥର ବି ଅମିତ ମାରିଲେ ବାଜି

ଭବାନୀପାଟଣା,୨୦।୧୦ (ଉତ୍ତମ କୁମାର ଦାଶ)- ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ପରୀକ୍ଷାରେ ପୁଣି ଥରେ କୃତ କାର୍ଯ୍ୟ ହୋଇଛନ୍ତି କଳାହାଣ୍ଡି ସହକାରୀ ଜିଲା ଶ୍ରମ ଅଧିକାରୀ ଅମିତ କୁମାର ବେହେରା। ରାଜ୍ୟରେ ତାଙ୍କ ସ୍ଥାନ ୧୭୫ ନମ୍ବର ରହିଥିବାବେଳେ ଗତ ଥର ୨୪୬ ନମ୍ବର ସ୍ଥାନରେ ରହିଥିଲେ। ଭବାନୀପାଟଣା ସହର ଶକ୍ତି ନଗର ପଡାର କାଶୀନାଥ ବେହେରା ଓ ମିନତୀ ବେହେରାଙ୍କ ସେ ପୁଅ ଅଟନ୍ତି। ତାଙ୍କର ଏହି ସଫଳତା ପାଇଁ ଜିଲାର ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Share