ଭୁବନେଶ୍ୱର, ୮ା୭ (ବ୍ୟୁରୋ): ମହିଳା କର୍ମଚାରୀଙ୍କ ପାଖକୁ ଅଶ୍ଳୀଳ ଭିଡିଓ ଏବଂ ମେସେଜ ପଠାଇ ଅଡୁଆରେ ପଡ଼ିଛନ୍ତି ଜଣେ ଓଏଏସ୍ ଅଫିସର। ସମ୍ପୃକ୍ତ ମହିଳା କର୍ମଚାରୀ ତାଙ୍କ ନାମରେ ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ କେସ୍ ନଂ. ୩୪/୨୦ ଆଇପିସି ଦଫା ୩୫୪ (ଡି), ୨୯୪, ୫୦୬, ୫୦୭, ୫୦୯ ଏବଂ ଆଇଟି ଆକ୍ଟ ୬୭ ଓ ୬୭(ଏ)ରେ ମାମଲା ରୁଜୁ କରିଛି। ସମ୍ପୃକ୍ତ ଅଫିସରଙ୍କୁ ଥାନାରେ ହାଜର ହୋଇ ବୟାନ ରଖିବାକୁ ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ନୋଟିସ କରାଯାଇଥିବା ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ମଙ୍ଗଳବାର ନୂଆ ମୋଡ଼ ଆସିଛି। ଅଭିଯୁକ୍ତ ଅଫିସର ଜଣଙ୍କ ମଧ୍ୟ ସମ୍ପୃକ୍ତ ମହିଳା କର୍ମଚାରୀଙ୍କ ନାମରେ ପାଲଟା ଅଭିଯୋଗ ଆଣିଛନ୍ତି। ସେ ଏ ନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଫିସର ଜଣକ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଯୁବତୀ ଜଣଙ୍କ ଚାକିରି କରୁଥିବା ଠିକା ସଂସ୍ଥା ଅଧୀନରେ ଯୁବତୀଙ୍କ ପୁରୁଷ ବନ୍ଧୁ ପ୍ରୋଗ୍ରାମିଂ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ତେବେ ଚାକିରି ପାଇଁ ପ୍ରୋଗ୍ରାମିଂ ମ୍ୟାନେଜର ଦେଇଥିବା ଡକ୍ୟୁମେଣ୍ଟ ସବୁ ଜାଲ୍ ରହିଥିଲା। ଏହା ଜାଣିବା ପରେ ସେ ସମ୍ପୃକ୍ତ ଉକ୍ତ ପ୍ରୋଗ୍ରାମିଂ ମ୍ୟାନେଜରଙ୍କୁ ୨ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ହେଲେ ତାଙ୍କଠାରୁ ସନ୍ତୋଷଜନକ ଉତ୍ତର ପାଇ ନ ଥିଲେ। ତେଣୁ ତାଙ୍କୁ କାର୍ଯ୍ୟରୁ ବିଦା କରିଦେଇଥିଲେ। ସେ ଯୁବତୀଙ୍କୁ ଅଶ୍ଲୀଳ ମେସେଜ ଏବଂ ଭିଡିଓ ପଠାଇ ନାହାନ୍ତି। ତାଙ୍କୁ ଫସାଇବା ପାଇଁ ଯୁବତୀ ଏବଂ ତାଙ୍କ ବନ୍ଧୁ ମିଶି ଏଭଳି ଷଡ଼ଯନ୍ତ୍ର କରିଛନ୍ତି। ତାଙ୍କ ମୋବାଇଲ୍ କେହି ବ୍ୟବହାର କରି ଏଭଳି ଭିଡିଓ ପଠାଇଛନ୍ତି। ଏହାର ଫରେନ୍ସିକ୍ ଯାଞ୍ଚ କଲେ ପ୍ରକୃତ ଘଟଣା ପଦାକୁ ଆସିବ। ସେପଟେ ପ୍ରୋଗ୍ରାମିଂ ମ୍ୟାନେଜର କହିଛନ୍ତି, କର୍ମକ୍ଷେତ୍ରରେ ନିର୍ଯାତନା ପାଉଥିବାରୁ ସେ ନିଜେ ଉକ୍ତ ଠିକା ସଂସ୍ଥାରୁ ୨ ତାରିଖ ପୂର୍ବରୁ ଇସ୍ତଫା ଦେଇଛନ୍ତି।

ରାଜାଙ୍କୁ ୩ଦିନ ରିମାଣ୍ଡରେ ନେବ ଇଓଡବ୍ଲ୍ୟୁ
ଭୁବନେଶ୍ୱର,୧୯।୩: ବିଜେଡି ନେତା ରାଜା ଚକ୍ରଙ୍କୁ ୩ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ଏନେଇ ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଛନ୍ତି ରାଜା ଚକ୍ର...

ହାଇକୋର୍ଟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ମାମଲା: ସମୟ ନେଲେ ସରକାର
ଭୁବନେଶ୍ୱର,୧୯।୩: ବର୍ଷ ବର୍ଷ ଧରି ବନ୍ଦ ରହିଛି ଆପାର୍ଟମେଣ୍ଟ ପଞ୍ଜୀକରଣ। ବର୍ତ୍ତମାନ ମାମଲା ହାଇକୋର୍ଟରେ ପହଞ୍ଚିଛି। ତେବେ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି ରାଜ୍ୟ...

ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍, ସରକାର କହିଲେ…
ଭୁବନେଶ୍ୱର,୧୯।୩: ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍। ଯୋଜନାକୁ ନେଇ ବିଧାନସଭାରେ ବଡ଼ ସୂଚନା ଦେଲେ ରାଜ୍ୟ ସରକାର। ସରକାର ଗୃହରେ କହିଛନ୍ତି, ପିଏମ ସୂର୍ଯ୍ୟଘର...

ଆଜିଠୁ ମାଟ୍ରିକ୍ ଖାତାଦେଖା: ସି-ସେଟ୍ ବିଜ୍ଞାନରେ ମିଳିବ ଗ୍ରେସ୍ ମାର୍କ
କଟକ,୧୯ା୩(କାର୍ତ୍ତିକ ସାହୁ):ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଖାତାଦେଖା ୧୯ ତାରିଖ ବୁଧବାରଠାରୁ ଆରମ୍ଭ ହେଉଛି। ରାଜ୍ୟର ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବ। ସେହିପରି ଏକସଙ୍ଗେ...

ବ୍ୟବସାୟରେ ସ୍ବଚ୍ଛତା, ଉତ୍ପାଦରେ ଶୁଦ୍ଧତା ଜରୁରୀ
ମାତ୍ର ୩୫ବର୍ଷ ବୟସରେ ଜଣେ ସଫଳ ଯୁବ ଉଦ୍ୟୋଗୀର ପରିଚୟ ପାଇଛନ୍ତି ଜାଭେରୀ ଜେମ୍ସ ଆଣ୍ଡ ଜୁଏଲର୍ସର ମ୍ୟାନେଜିଂ ପାର୍ଟନର୍ ସଞ୍ଜିବ କୁମାର ସାହୁ। ସଞ୍ଜିବ...

ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ: ବାପପୁଅଙ୍କ ସମେତ ୩ ମୃତ, ଖାରିପଲ୍ଲୀ ଗାଁରେ ଉତ୍ତେଜନା
ଧରାକୋଟ/ବ୍ରହ୍ମପୁର,୧୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ/ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ପୁଣିଥରେ ମୁଣ୍ଡ ନେଇଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ...

ଅଜା, ଆଈ ଭରସାରେ ଭିନ୍ନକ୍ଷମ ଜଗଦୀଶ
କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମା’ବାପା ମାନସିକ ରୋଗାକ୍ରାନ୍ତ ହୋଇଥିବାବେଳେ ସେମାନଙ୍କର ୫ ବର୍ଷର ଭିନ୍ନକ୍ଷମ ଶିଶୁପୁତ୍ର ଅଜା, ଆଈଙ୍କ ଭରସାରେ ଜୀବନ ବିତାଉଛନ୍ତି। ଏଭଳି...

ବରଗଡ଼ର ଅଧିଷ୍ଠାତ୍ରୀ ମା’ ସମଲେଇଙ୍କ ଶୀତଳ ଯାତ୍ରା, ଏକ ଅନନ୍ୟ ପରମ୍ପରା
ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ଶୀତଳ ଯାତ୍ରା ଏକ ଅନନ୍ୟ ପରମ୍ପରା। ପ୍ରତିବର୍ଷ ଚୈତ୍ର ମାସ ମଙ୍ଗଳବାର ଏହା ଅନୁଷ୍ଠିତ ହୋଇଥାଏ...