ଓଏଏସ୍‌ ରେଜଲ୍ଟ: କନ୍ଧମାଳରୁ ୨ କୃତକାର୍ଯ୍ୟ

ଫୁଲବାଣୀ/ଟିକାବାଲି, ୩୧ା୭(ରାକେଶ କୁମାର ରାଉତ/ଗଗନ ବିହାରୀ ପଟ୍ଟନାୟକ)-କନ୍ଧମାଳ ଜିଲା ଟିକାବାଲି ବ୍ଲକର ୨ ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଶୁଚିସ୍ମିତା ପାଣିଗ୍ରାହୀ ୨ ନଂ. ର଼୍ୟାଙ୍କରେ ରହିଥିବା ବେଳେ ଆକାଶ ଦିଗାଳ ୩୧୯ ନଂ. ର଼୍ୟାଙ୍କରେ ଅଛନ୍ତି। ଟିକାବାଲି ବ୍ଲକ ଟିପାରୀଗାଁର ସ୍ବର୍ଗତ କାଶୀନାଥ ଦିଗାଳଙ୍କ ପୁଅ ଆକାଶ ଗରିବ ପରିବାରରେ ଜନ୍ମ। ମା’ ଦାଇମତି ଦିଗାଳ ଜଣେ ଗୃହିଣୀ। ସ୍କୁଲ ସମୟରୁ ପାଠପଢ଼ାରେ ଆକାଶ ବହୁ ପରିଶ୍ରମୀ ଥିଲେ। ନିଜ ପ୍ରଚେଷ୍ଟା ଦ୍ୱାରା ବିନା କୋଚିଂରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକ୍ନୋଲୋଜିରେ ଅଧ୍ୟୟନ କରିବା ପରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବେ ଚାକିରି ପାଇଥିଲେ। ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ, ସୁଯୋଗ ମିଳିଲେ ସେ କନ୍ଧମାଳ ଜିଲାର ଉନ୍ନତି ଏବଂ ଶିକ୍ଷାର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଦୁଇ ଜଣଙ୍କ କୃତକାର୍ଯ୍ୟ ପାଇଁ କନ୍ଧମାଳ ଜିଲା ତଥା ଟିକାବାଲି ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି।